ଭିଜିଲାନ୍ସ ପଞ୍ଝାରେ ମହିଳା କୋଟିପତି ଅଧିକାରୀ

କଟକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ପଞ୍ଝାରେ ଧରାପଡ଼ିଛନ୍ତି ଜଗତସି˚ହପୁର ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ସେକ୍‌ସନ୍‌ ଅଫିସର ସ˚ଯୁକ୍ତା ଦାସ।

କଟକ ଭିଜିଲାନ୍ସ ଡିଭିଜନ୍‌ର ଅଧିକାରୀମାନେ ବୁଧବାର ସ˚ଯୁକ୍ତାଙ୍କ କାର୍ଯ୍ୟାଳୟ ସମେତ ସାତପୁରାସ୍ଥିତ ତିନି ମହଲା ଘର, ପାଣିଶାଳିଆସ୍ଥିତ ଦୁଇ ମହଲା ଘର, କଟକ ମହାନଦୀବିହାରରେ ଥିବା ୩-ବିଏଚ୍‌କେ ଫ୍ଲାଟ୍‌ରେ ଏକ ସମୟରେ ଚଢାଉ କରିଛନ୍ତି। ପ୍ରଥମଦିନର ଚଢାଉ ପରେ ୧ କୋଟି ୪୨ ଲକ୍ଷ ୮୮୭୦ ଟଙ୍କାର ସମ୍ପତ୍ତିକୁ ରେକର୍ଡ କରାଯାଇଛି। ସାତପୁରା ସ୍ଥିତ ତିନିମହଲା ଘରର ମୂଲ୍ୟ ୩୭ଲକ୍ଷ ୬୪ହଜାର ୭୮୭ ଟଙ୍କା ଓ ମହାନଦୀବିହାରସ୍ଥିତ ଫ୍ଲାଟ୍‌ର ମୂଲ୍ୟ ୪୪ ଲକ୍ଷ ୬୩ ହଜାର ୬୪୨ ଟଙ୍କା ରେକର୍ଡରେ ଦର୍ଶାଯାଇଛି। ଏହାବ୍ୟତୀତ ୧୫ଲକ୍ଷ ୭୪ହଜାର ୪୮୫ ଟଙ୍କାର ପାଣିଶାଳିଆସ୍ଥିତ ଦୁଇମହଲା ଘର, ୨ଲକ୍ଷ ୭୨ହଜାର ୩୪୮ ଟଙ୍କାର ସାତପୁରା ଓ ପାଣିଶାଳିଆରେ ଥିବା ୬ଟି ପ୍ଲଟ୍‌, ୬ଲକ୍ଷ ୨୨ହଜାର ୩୭୭ ଟଙ୍କାର ଏକ କାର‌୍‌, ୯୫ହଜାର ୭୩୧ ଟଙ୍କା ମୂଲ୍ୟର ଦୁଇଟି ବାଇକ୍‌, ବିଭିନ୍ନ ବ୍ୟାଙ୍କରେ ୨୧ ଲକ୍ଷ ୧୩ ହଜାର ୬୫୨ ଟଙ୍କାର ଜମାରାଶି, ୧ ଲକ୍ଷ ୮୮ ହଜାର ୮୪୮ ଟଙ୍କାର ବୀମା ପଲିସି, ୯ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୬ ହଜାର ନଗଦ ଟଙ୍କା, ୨ ଲକ୍ଷ ୭ ହଜାର ଟଙ୍କା ମୂଲ୍ୟର ଘରୋଇ ଆସବାବପତ୍ରକୁ ରେକର୍ଡଭୁକ୍ତ କରାଯାଇଛି। ଏବେ ବି ତଦନ୍ତ ଚାଲିଥିବାରୁ ଅଧିକ ସମ୍ପତ୍ତି ମିଳିବା ନେଇ ଭିଜିଲାନ୍ସ ଆଶା ରଖିଛି।

ସମ୍ବନ୍ଧିତ ଖବର