ଭବାନୀପାଟଣା/ ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ପୁରୁଣାଗୁମା ପୋଷ୍ଟମାଷ୍ଟର ଆରତି ଦଣ୍ଡସେନାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଏହି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ଏହା ଆତ୍ମହତ୍ୟା ନା ହତ୍ୟା ବୋଲି ପ୍ରଶ୍ନବାଚୀ ସୃଷ୍ଟିହୋଇଛି।
ମୃତକ ହେଲେ, କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ ପୁରୁଣାଗୁମା ପୋଷ୍ଟମାଷ୍ଟର ଆରତି ଦଣ୍ଡସେନା (୨୨ବର୍ଷ)। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକର ଝୁରିମାଲ ଗ୍ରାମର ବିଜୟ କୁମାର ଦଣ୍ଡସେନାଙ୍କ ଝିଅ ଆରତୀ ୨୦୨୦ ମସିହାରେ ପୋଷ୍ଟମାଷ୍ଟର ଭାବେ ପୁରୁଣାଗୁମାରେ ଯୋଗ ଦେଇଥିଲେ। ପୋଷ୍ଟ୍ଅଫିସ ନିକଟରେ ଭଡ଼ାଘରେ ରହୁଥିଲେ। ତାଙ୍କ ପାଖରେ ଦୁଇ ଜଣ ଝିଅ କାମ କରୁଥିଲେ। ଉଭୟେ ବାହାରକୁ କୁଆଡ଼େ ଯାଇ ସନ୍ଧ୍ୟାରେ ଫେରିବା ପରେ ଘରକବାଟ ଭିତର ପଟୁ ବନ୍ଦଥିବା ଦେଖି କବାଟ ବାଡ଼େଇଥିଲେ। କବାଟ ନଖୋଲିବାରୁ ଝରକାପଟୁ ଦେଖିବା ବେଳକୁ ତାଙ୍କ ମୃତଦେହ ଘର ଭିତରେ ଝୁଲୁଥିବା ଦେଖିଥିଲେ। ତୁରନ୍ତ ଗାଁଲୋକଙ୍କୁ ଏବଂ ପୁଲିସ୍କୁ ଖବର ଦେଇଥିଲେ। ରାତି ହୋଇଥିବାରୁ ରବିବାର ଦୁର୍ଗମ ତଥା ମାଓ ଉପଦ୍ରୁତ ଅଞ୍ଚଳରେ ପୁଲିସ ଟିମ୍ ପହଞ୍ଚି ପାରିନଥିଲା। ତେବେ ଘଟଣାର ପାରିପାର୍ଶ୍ଵିକ ସ୍ଥିତି ଦେଖି ଲୋକେ ଏହା ଆତ୍ମହତ୍ୟା ନା’ ହତ୍ୟା ବୋଲି ସନ୍ଦେହ ପ୍ରକାଶ କରିଛନ୍ତି। ପୁଲିସ୍ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି।
ଆରତୀଙ୍କ ବାପା ବିଜୟ କୁମାର ଦଣ୍ଡସେନା ଖବରପାଇ ଥୁଆମୂଳ ରାମପୁରରେ ପହଞ୍ଚିଥିଲେ। ପରେ ମୃତ ଆରତୀର ଶବ ବ୍ୟବଚ୍ଛେଦ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/suicide.jpg)