ସମ୍ବଲପୁର : ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ମହିଳା ସୁରକ୍ଷାକର୍ମୀ ନିଜ ନବଜାତ ଶିଶୁଙ୍କୁ ଧରି କାମ କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ଉକ୍ତ ମହିଳା ସୁରକ୍ଷାକର୍ମୀ ଜଣକ ହେଲେ ସୁରେଶ୍ୱରୀ ନାଏକ । ୫ ବର୍ଷ ହେଲାଣି ସେ ଏଠାରେ କାର୍ଯ୍ୟ କରିଆସୁଛନ୍ତି । ଘରେ ଶିଶୁର ଯତ୍ନ ନେବାକୁ କେହିନାହାନ୍ତି ଏବଂ ଛୁଟି ମଞ୍ଜୁର ହୋଇନଥିବାରୁ ସେ ବାଧ୍ୟହୋଇ କାର୍ଯ୍ୟରେ ଯୋଗ ଦେଇଥିବା କହିଛନ୍ତି ।
ନବଜାତ ଶିଶୁକୁ ଧରି ହସ୍ପିଟାଲର ସୁରକ୍ଷା ପାଇଁ ୮ ଘଣ୍ଟା ଧରି କାର୍ଯ୍ୟ କରୁଥିବା ଏହି ସୁରକ୍ଷାକର୍ମୀଙ୍କୁ ଲୋକେ ଖୁବ ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷେ ଅସ୍ଥାୟୀ କର୍ମଚାରୀଙ୍କ ମଧ୍ୟ ଦରମା ନକାଟି ମେଡିକାଲ ଲିଭ୍ ଯୋଗାଇଦେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/sambalpur-security-guard.jpg)