ନିଜ ନବଜାତକ ଶିଶୁଙ୍କୁ ଧରି ଡ୍ୟୁଟି କରୁଛନ୍ତି ମହିଳା ସୁରକ୍ଷାକର୍ମୀ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ମହିଳା ସୁରକ୍ଷାକର୍ମୀ ନିଜ ନବଜାତ ଶିଶୁଙ୍କୁ ଧରି କାମ କରୁଥିବାର ଚିତ୍ର ସାମ୍‌ନାକୁ ଆସିଛି । ଉକ୍ତ ମହିଳା ସୁରକ୍ଷାକର୍ମୀ ଜଣକ ହେଲେ ସୁରେଶ୍ୱରୀ ନାଏକ । ୫ ବର୍ଷ ହେଲାଣି ସେ ଏଠାରେ କାର୍ଯ୍ୟ କରିଆସୁଛନ୍ତି । ଘରେ ଶିଶୁର ଯତ୍ନ ନେବାକୁ କେହିନାହାନ୍ତି ଏବଂ ଛୁଟି ମଞ୍ଜୁର ହୋଇନଥିବାରୁ ସେ ବାଧ୍ୟହୋଇ କାର୍ଯ୍ୟରେ ଯୋଗ ଦେଇଥିବା କହିଛନ୍ତି ।

ନବଜାତ ଶିଶୁକୁ ଧରି ହସ୍ପିଟାଲର ସୁରକ୍ଷା ପାଇଁ ୮ ଘଣ୍ଟା ଧରି କାର୍ଯ୍ୟ କରୁଥିବା ଏହି ସୁରକ୍ଷାକର୍ମୀଙ୍କୁ ଲୋକେ ଖୁବ ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷେ ଅସ୍ଥାୟୀ କର୍ମଚାରୀଙ୍କ ମଧ୍ୟ ଦରମା ନକାଟି ମେଡିକାଲ ଲିଭ୍ ଯୋଗାଇଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର