ଘୋଷଯାତ୍ରା ପାଇଁ କମ୍ପୁଛି ବଡ଼ଦାଣ୍ଡ, ରଥାରୁଢ଼ ହେଲେ ଚକ୍ରରାଜ ସୁଦର୍ଶନ

ପୁରୀ: ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ଭକ୍ତଙ୍କ ମେଳକୁ ଚାଲିି ଆସିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବ୍ୟସ୍ତ। ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି। ଏଥିପାଇଁ ଆଜି ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ।


ଆଜି ସକାଳେ ସମସ୍ତ ନୀତକାନ୍ତିି ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛିି ଶ୍ରୀଜୀଉମାନଙ୍କ ପହଣ୍ଡି।
ପ୍ରଥମେ ରଥ ପ୍ରତିଷ୍ଠା ପରେ ଚକ୍ରରାଜ ସୁଦର୍ଶନଙ୍କୁ ସେବାୟତମାନେ ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହିତ ଆଣି ମା ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିଛନ୍ତି। ପରେ ପରେ ମନ୍ଦିର ଭିତରେ ବଡ଼ଠାକୁର , କାମପାଳ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ଧାଡ଼ି ପହଣ୍ଡିରେ ଦୋଳାୟିତ ଟାହିଆର ଅପୂର୍ବ ଶୋଭାରେ ଦର୍ଶକମାନଙ୍କୁ ବିମୋହିତ କରି ବଡ଼ଠାକୁର ଝୁଲି ଝୁଲି ଧୀରେ ଧୀରେ ରଥଆଡ଼କୁ ଅଗ୍ରସର ହେଉଛନ୍ତି। ଘଣ୍ଟଘଣ୍ଟା, କାହାଳିର ଶବ୍ଦ ସହିତ ଭକ୍ତମାନଙ୍କ ଜୟ ଜଗନ୍ନାଥ, ଜୟ ବଡ଼ଠାକୁର ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।

ସମ୍ବନ୍ଧିତ ଖବର