ଜୟପୁର: 'ଫେଭିକଲ ଟିକେ ଦିଅ, ନ ହେଲେ ମୁଣ୍ଡ ଘୁରି ଯାଉଛି' କିଛି ଏଭଳି କହି ଭୋ ଭୋ କାନ୍ଦି ନେହୁରା ହେଉଥିବାର ଦୃଶ୍ୟ ଆଜି ସାମ୍ନାକୁ ଆସିଛି | ଦୁଇ ଜଣ ନାବାଳକ ଫେଭିକଲ ଅଠା ପାଇଁ ଆଜି ଏଭଳି କାକୁତିମିନତି କରୁଥିବାର ଦୃଶ୍ୟ ଶିଶୁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ମିଳିଥିବା ସୂଚନା ମୁତାବକ କୋରାପୁଟର ଜୟପୁର ସହରରେ ଆଜି ଦୁଇଜଣ ନାବାଳକ ସ୍କୁଲ ପୋଷାକ ପିନ୍ଧି ଫେଭିକଲ କିଣୁଥିବାର କିଛି ଲୋକ ଦେଖିଥିଲେ |
/sambad/media/post_attachments/wp-content/uploads/2019/10/IMG-20191025-WA0224-1024x576.jpg)
ଏହି ଦୃଶ୍ୟ ଦେଖି ପିଲାମାନଙ୍କ ହାତରୁ ଏହି ଫେଭିକଲ ଅଠା କେଉଁ ଉଦ୍ଦେଶ୍ୟରେ ନେଉଛ ବୋଲି ପ୍ରଶ୍ନ କରିଥିଲେ | ଏହା ଦେଖି ପିଲା ଦୁଇ ଜଣ ଭୋ ଭୋ ହୋଇ କାନ୍ଦିବା ସହ ଫେଭିକଲ ସେବନ ନ କଲେ ସେମାନଙ୍କ ମୁଣ୍ଡ ଘୁରାଇଦେଉଥିବାର କହିଥିଲେ |
ଏହି ଦୁଇ ପିଲାଙ୍କ ବାପା-ମା ନଥିବା ବେଳେ କିଭଳି ଦୋକାନୀ ଏମାନଙ୍କୁ ଏହି ମାରାତ୍ମକ ନିଶା ବିକ୍ରି କରୁଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି | ଏହା ବାଦ ଶିଶୁ ସୁରକ୍ଷାକୁ ନେଇ କଥା କହୁଥିବା ସ୍ବେଛାସେବୀ ସଂଗଠନ ଓ ପ୍ରଶାସନ କିଭଳି ଏ ବାବଦରେ ଜାଣିପାରୁନାହିଁ ତାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Fevicol-Consumption_Thumbnail.jpg)