ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ସହ ମିଶି କାମ କରିବାକୁ ଫିକ୍କିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ବର : ବିଭିନ୍ନ କ୍ଷେତ୍ର ଭିତ୍ତିକ କମିଟି ଗଠନ କରି ଓଡ଼ିଶାର ବିଭିନ୍ନ ବିଭାଗ ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ସଂଗଠନ ଫିକ୍କିକୁ ଅନୁରୋଧ କରିଛନ୍ତି ।

ଫିକ୍କିର ୯୩ତମ ବାର୍ଷିକ ସାଧାରଣ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଫିକ୍କି ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ରସାୟନ ଓ ଆଇଟି ଆଦି କ୍ଷେତ୍ର ଉପରେ ବିଶେଷଜ୍ଞ ଟିମ ଗଠନ କରି ଓଡ଼ିଶା ସରକାରଙ୍କ ସଂପର୍କିତ ବିଭାଗଗୁଡ଼ିକ ସହ କାର୍ଯ୍ୟ କରନ୍ତୁ ।

ସେ କହିଛନ୍ତି ଯେ, ମେକ ଇନ ଓଡ଼ିଶାର ୩ୟ ସଂସ୍କରଣ ପାଇଁ ଫିକ୍କି ପୁଣି ଥରେ ଜାତୀୟ  ଶିଳ୍ପ ସହଯୋଗୀ ଭାବେ କାର୍ଯ୍ୟକରିବ । ଏହି ସମ୍ମିଳନୀର ସଫଳତା ପାଇଁ ଫିକ୍କିର ସହଯୋଗ ଜରୁରୀ ବୋଲି ସେ କହିଛନ୍ତି । ଗତ ୨୦୧୮ରେ ହୋଇଥିବା ୨ୟ ମେକ ଇନ ଇଣ୍ଡିଆ ସମ୍ମିଳନୀରେ ଫିକ୍କି ସହଯୋଗୀ ଥିଲା ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ କଛି ବର୍ଷ ମଧ୍ୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ର ଯଥା ଇସ୍ପାତ ଓ ଆଲୁମିନିୟମ, ଆନୁଷଙ୍ଗିକ ଶିଳ୍ପ, ଆଇଟି, ସ୍ବାସ୍ଥ୍ୟସେବା, ଖାଦ୍ୟ ପ୍ରକ୍ରିୟାକରଣରେ ନିବେଶ ଆକୃଷ୍ଟ କରିଛି ।

ସମ୍ବନ୍ଧିତ ଖବର