ବିବାହ ଭୋଜି ଖାଇ ୧୫ ଅସୁସ୍ଥ 

ତୁମୁଡ଼ିବନ୍ଧ : ବିବାହ ଭୋଜି ଖାଇ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ବୁଡ଼ାକୁଂଦେଲ ଗ୍ରାମର ୧୫ଜଣ ଅସୁସ୍ଥ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଘଟଣାରୁ ପ୍ରକାଶ, ମୁଣ୍ଡିଗଡ଼ ପଞ୍ଚାୟତ ଅନ୍ତର୍ଗତ ବୁଡ଼ାକୁଂଦେଲ ଗ୍ରାମବାସୀ ଗତକାଲି ରାତିରେ ଏକ ବିବାହ ଭୋଜି ଖାଇ ଘରକୁ ଫେରିଥିଲେ। ଆଜି ସକାଳୁ ସକାଳୁ କିଛି ଗ୍ରାମବାସୀ ପେଟଯନ୍ତ୍ରଣା ଅନୁଭବ କରିଥିଲେ। ଏହା ଧୀରେ ଧୀରେ ପ୍ରଚାର ହେବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା।

ପରେ ପରେ ଭୋଜି ଖାଇଥିବା ପ୍ରାୟ ୧୫ରୁ ଅଧିକ ପୁରୁଷ, ମହିଳା ଓ ଶିଶୁ ପେଟ ଯନ୍ତ୍ରଣା ସହ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ତୁରନ୍ତ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଛି। ଅସୁସ୍ଥ ୧୫ ଜଣଙ୍କ ମଧ୍ୟରେ କିଛି ବ୍ୟକ୍ତି ଝିରିପାଣି ପଞ୍ଚାୟତ ଉଲୁବା ଗ୍ରାମର ଓ ଲଙ୍କାଗଡ଼ ଗ୍ରାମର ହୋଇଥିବା ବେଳେ ଅଧିକାଂଶ ବୁଡ଼ାକୁଂଦେଲ ଗ୍ରାମର ଥିବା ଜଣାପଡ଼ିଛି l ତୁମୁଡ଼ିବନ୍ଧ ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର, ପୂର୍ବତନ ବିଧାୟକ ରାଜୀବ ପାତ୍ର ସ୍ୱାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ରହି ସେମାନଙ୍କ ଚିକିତ୍ସା କଥା ବୁଝୁଛନ୍ତି। ତେବେ ଗୁରୁତର ହେଲେ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ତୁରନ୍ତ ସ୍ଥାନାନ୍ତର ବ୍ୟବସ୍ଥା କରାଯିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅଭିଷେକ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର