ସେଲ୍ ଫୁଟବଲ୍ ଏକାଡେମି ପାଇଁ ୪ ଜିଲ୍ଲାର ୧୫ ପ୍ରତିଭା ମନୋନୀତ

ସମ୍ବଲପୁର: ଫାଓ ଆନୁକୂଲ୍ୟରେ ସେଲ୍‌ ଫୁଟବଲ୍‌ ଏକାଡେମି ବୋକାରୋ ଝାଡ଼ଖଣ୍ଡ ଏବଂ ସେଲ୍‌ ଫୁଟବଲ୍‌ ଏକାଡେମି ବୁର୍ନପୁର ପଶ୍ଚିମବଙ୍ଗ ପକ୍ଷରୁ ପ୍ରତିଭା ଚୟନ ଶିବିର ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇଦିନିଆ ଶିବିରରେ ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ପ୍ରାୟ ୩୫୦ ବାଳକ ଫୁଟବଲ୍ ଖେଳାଳି ଭାଗ ନେଇଥିଲେ। ଦୁଇଦିନ ଧରି ଏକାଧିକ ପର୍ଯ୍ୟାୟରେ ଯାଞ୍ଚ, ଶାରୀରିକ ଓ ଖେଳ ଦକ୍ଷତା ପରୀକ୍ଷା ପରେ ମୋଟ ୧୫ ଜଣ ଉଭୟ ଏକାଡେମିରେ ତାଲିମ ପାଇଁ ମନୋନୀତ ହୋଇଥିଲେ।

୧୬ ବର୍ଷରୁ କମ୍ ବର୍ଗରେ ୫ ଜଣ ସେଲ୍‌ ଏକାଡେମି ବୋକାରୋ ପାଇଁ ଓ ୧୯ ବ‌େର୍ରୁ କମ୍ ବର୍ଗରେ ୧୦ ଜଣ ବୁର୍ନପୁର ଏକାଡେମିରେ ତାଲିମ ପାଇଁ ମନୋନୀତ ହୋଇଥିଲେ। ବୋକାରୋ ଏକାଡେମି ପାଇଁ ମନୋନୀତ ୧୬ ବର୍ଷରୁ କମ୍ ଖେଳାଳି ମାନେ ହେଲେ ବିକାଶ କିସାନ (ଠେଲକୋଲୋଇ, ସମ୍ବଲପୁର), ଅଜୟ ବାରବିହାର (କବରିସ୍ତାନପଡ଼ା, ଝାରସୁଗୁଡ଼ା), ରୋନକ୍ ବକ୍ସି (ଭେଲାପାଟ୍, ଝାରସୁଗୁଡ଼ା), ଦାଶରଥୀ ଓରାମ (କତରବଗା, ସମ୍ବଲପୁର) ଏବଂ ପ୍ରତାପ ତିର୍କି (ରାଉରକେଲା, ସୁନ୍ଦରଗଡ଼)। ସେହିପରି ବୁର୍ନପୁର ଏକାଡେମିକୁ ମନୋନ‌ୀତ ୧୯ ବର୍ଷରୁ କମ୍ ଖେଳାଳି ମାନେ ହେଲେ ସମୀର ବାର୍ଲା (ଲକ୍ଷ୍ମୀମାଲ, ରାଜଗାଂଗପୁର, ସୁନ୍ଦରଗଡ଼), ପରମେଶ୍ବର ତିର୍କି (ଜଲ୍‌ଦା, ରାଉରକେଲା), ବିବେକ ଲାକ୍ରା (ବୀର୍ସାପଡ଼ା, ରାଜଗାଂଗପୁର, ସୁନ୍ଦରଗଡ଼), ମହମ୍ମଦ ସୋହେଲ୍ (ମୋତିଝରନ୍, ସମ୍ବଲପୁର), ବିଶାଲ କୁଲୁ (ଟାଙ୍ଗରପାଲି, ଝାରସୁଗୁଡ଼ା), ମହେଶ ମଲ୍ଲିକ (ଘୁଲିପାଲି, ବରଗଡ଼), ସୁରଜ ଓରାମ (ଜମାଦାରପାଲି, ସମ୍ବଲପୁର), ରାମାଜନ ମୁଣ୍ଡା (ଅଇଁଠାପାଲି, ସମ୍ବଲପୁର), ଶିବ ମୁଣ୍ଡା (ଅଇଁଠାପାଲି, ସମ୍ବଲପୁର) ଏବଂ ଲିପୁନ୍ ନାୟକ (କୁଲୁଥମାଲ, କୋଲାବିରା, ଝାରସୁଗୁଡ଼ା)।

ସେଲ୍ ଏକାଡେମି ବୋକାରୋର ମୁଖ୍ୟ ପ୍ରଶିକ୍ଷକ ସୁଭାଷ ରଜକ୍, ସେଲ୍‌ ଏକାଡେମି ବୁର୍ନପୁରର ପ୍ରଶିକ୍ଷକ ରଂଜିତ୍ ହାଲ୍‌ଦାର, ସେଲ୍ ଏକାଡେମି ଭିଲାଇର ପ୍ରଶିକ୍ଷକ ପ୍ରୀତମ ଘୋଷ ଏହି ଶିବିରରେ ଚୟନକର୍ତ୍ତା ଭାବେ ଯୋଗ ଦେଇ ପ୍ରତିଭା ଚୟନ କରିଥିଲେ। ଫାଓ ସଂପାଦକ ଆଶୀର୍ବାଦ ବେହେରାଙ୍କ ପ୍ରୟାସ କ୍ରମେ ଆୟୋଜିତ ଏହି ଶିବିର ପରିଚାଳନାରେ ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘ ସାଧାରଣ ସଂପାଦକ ସୁନୀଲ ସାହୁ ଏବଂ ଫୁଟବଲ୍ ସଂପାଦକ ଅବଦୁଲ୍ ଗଫର୍ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

ସମ୍ବନ୍ଧିତ ଖବର