୧୩ ଜିଲ୍ଲାରେ ୧୫ ହଜାର ଏକର ଜମି ଜବଦରଖଲ ହୋଇଛି

ଭୁବନେଶ୍ୱର : ରାଜ୍ୟରେ ଗ୍ରାମାଞ୍ଚଳଗୁଡ଼ିକରେ ବହୁ ମୂଲ୍ୟବାନ ସରକାରୀ ଜମିର ବେଧଡ଼କ ଭାବେ ଜବରଦଖଲ ହେଉଛି। ୧୩ଟି ଜିଲ୍ଲାରେ ଏବେ ୧୫ ହଜାର ଏକରରୁ ଅଧିକ ଜମି ଜବରଦଖଲରେ ଅଛି। ଏ ସଂକ୍ରାନ୍ତରେ ୩୬,୩୩୯ଟି ଜବରଦଖଲ ମାମଲା ରହିଛି। ବିଧାନସଭାରେ ବଦ୍ରି ନାରାୟଣ ପାତ୍ରଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି। ଏହି ୧୩ଟି ଜିଲ୍ଲାରେ ୨୧୦୦୩ ଏକର ଜମିକୁ ଜବରଦଖଲମୁକ୍ତ କରାସରିଛି। ଅବଶିଷ୍ଟ ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ଓଡ଼ିଶା ଜମି ଜବରଦଖଲ ନି‌େରାଧ ଅାଇନ୍,୧୯୭୨ରେ ଥିବା ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟ ୧୭ଟି ଜିଲ୍ଲାରୁ ଜବରଦଖଲ ସଂକ୍ରାନ୍ତରେ ତଥ୍ୟ ମିଳି ନାହିଁ।

ସମ୍ବନ୍ଧିତ ଖବର