ରାଇରଙ୍ଗପୁର/ଜାମଦା: ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଂଚଳରେ ଲଜ୍ଜା । ଜଣେ ପଂଚମ ଶ୍ରେଣୀର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଯୁବକର ନାଁ ବଳରାମ ମୁଣ୍ଡା।
ଅଭିଯୋଗ ଅନୁଯାୟୀ ଜାମଦା ଥାନା ବଡ କୁଲେଇବିରା ଗ୍ରା.ପ ଅଂଚଳର ଯୁବକ ବଳରାମ ମୁଣ୍ଡା(୧୯) ଜଣେ ପଂଚମ ଶ୍ରେଣୀର ନାବାଳିକାକୁ ଦୁଷ୍କର୍ମ କରିଥିଲା। ସେ ଘଟଣା ସଂପର୍କରେ କାହାରିକୁ ନକହିବା ପାଇଁ ନାବାଳିକାକୁ ଧମକ ଦେଇଥିଲା । ତେବେ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ କରିଥିଲେ । ଏନେଇ ଜାମଦା ଥାନାରେ କେସ୍ ନଂ ୮୧/୨୧ ରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଅଭିଯୁକ୍ତ ବଳରାମକୁ ଗିରଫ କରିଛି । ଥାନାଅଧିକାରୀ କମଳାକାନ୍ତ ଦାସ ଘଟଣାର ଅଧିକ ତଦନ୍ତ କରୁଛନ୍ତି । ଉଭୟଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/minor-rape.jpg)