ଅନବସର ଦର୍ଶନର ପଞ୍ଚମ ଦିନ: ଚନ୍ଦନବେଶରେ ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀଅଲାରନାଥ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ପୀଠରେ ଅନବସରର ପଞ୍ଚମ ଦିନରେ ମହାପ୍ରଭୁ ଶ୍ରୀଅଲାରନାଥଙ୍କୁ ଚନ୍ଦନବେଶ କରାଯାଇଛି। ଗୁରୁବାର ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪ଟା ୧୫ମିନିଟ୍‌ରେ ମଙ୍ଗଳ ଆଳତୀ ହୋଇଥିଲା । ଏହା ପରେ ତଡପ ଲାଗି, ଅବକାଶ ବେଶ ଏବଂ ଗୋପାଳବଲ୍ଲଭ ଶେଷ ହୋଇଥିଲା।

ପରେ ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କୁ ଚନ୍ଦନ ବେଶ କରାଯାଇଥିବାରୁ ଏକ ଘଣ୍ଟା ବିଳମ୍ବରେ ସର୍ବସାଧାରଣ ଦର୍ଶନ ହୋଇଥିଲା । ଅନବସର ଦର୍ଶନର ପଞ୍ଚମ ଦିନରେ ଶ୍ରୀଅଲାରନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି।

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଦଇତା ସେବାୟତଙ୍କ ଦ୍ୱାରା ଅଣସର ପିଣ୍ଡିରେ ଉପଚାର ସେବା ଜାରି ରହିଛି । ଶୀଘ୍ର ସୁସ୍ଥ ହେବା
ପାଇଁ ଗୁରୁବାର ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେବ ।
ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ଭକ୍ତ ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି।
ଏବେ ଦ୍ଵିତୀୟ ଶ୍ରୀକ୍ଷେତ୍ର ପାଲଟିଥିବା ବ୍ରହ୍ମଗିରିର ଅଲାରନାଥଙ୍କ ପୀଠକୁ ଶଦ୍ଧାଳୁମାନଙ୍କ ସୁଅ ଛୁଟିବାରେ ଲାଗିଛି।

ସମ୍ବନ୍ଧିତ ଖବର