ଭୁବନେଶ୍ବର: ବିଜେଡ଼ିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତାଲିକାରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କଣ୍ଟାବାଞ୍ଚିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ିବେ ବୋଲି ଘୋଷଣା କରାଯାଇଛି।
ଘୋଷଣା କରାଯାଇଥିବା ତାଲିକାରେ ଚିତ୍ରକୋଣ୍ଡା ବିଧାନସଭା ଆସନରୁ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ରୁ ଅରୁନ୍ଧତି ଦେବୀ, ଅନୁଗୁଳରୁ ସଂଯୁକ୍ତା ସିଂହ, ନିମାପଡ଼ାରୁ ଦିଲ୍ଲୀପ ନାୟକ, ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଏବଂ ଜୟପୁରରୁ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରାଯାଇଛି।
ଦଳପକ୍ଷରୁ ୩ ଜଣ ବିଧାୟକଙ୍କ ଟିକେଟ କଟା ଯାଇଛି। ନିମାପଡ଼ାରେ ସମୀର ଦାସଙ୍କ ଟିକେଟ କଟାଯାଇଛି। ନିମାପଡ଼ାରେ ଦଳ ପକ୍ଷରୁ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି।
ସେହିପରି କୁଚିଣ୍ଡାର ସିଟିଂ ବିଧାୟକ କିଶୋର ନାୟକଙ୍କ ଟିକେଟ କଟିଛି। ତାଙ୍କ ବଦଳରେ ରାଜେନ୍ଦ୍ର ଛତ୍ରିଆଙ୍କୁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ କରାଯାଇଛି।
ସେହିପରି ଚିନ୍ତାକୋଣ୍ଡାରୁ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଟିକେଟ କଟିଛି। ତାଙ୍କ ସ୍ଥାନରେ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ପ୍ରାର୍ଥୀ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/3-Candidates-Tickets-Cancelled-BJD-in-5th-List_Thumbnail-1.jpg)