ଜମିବାଡ଼ିକୁ କେନ୍ଦ୍ର କରି ହତ୍ୟା ଟାଙ୍ଗିଆ ଚୋଟରେ ପୁଅ ମୃତ, ବାପା ଗୁରୁତର

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କିଆପଦର ପଞ୍ଚାୟତର ସାପମୁଣ୍ତି ଗ୍ରାମରେ ଜମିବାଡ଼ି ଗଣ୍ଡଗୋଳକୁ ନେଇ ସମ୍ପର୍କୀୟ କାକାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ ହୋଇଛି। ଏଥିରେ ବାପା ଗୁରୁତର ହୋଇଥିବାବେଳେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରୁ ଶବ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସାପମୁଣ୍ଡି ଗ୍ରାମରେ ଗତ ୫ ବର୍ଷ ହେଲା ଜମିବାଡ଼ିକୁ ନେଇ ସମରୁ ମାଝୀ (୪୦) ଓ ଫଗନୁ ମାଝୀ (୩୫)ଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଛି। ଗତ ସୋମବାର ଅପରାହ୍ନ ୨ଟା ସମୟରେ ଉଭୟଙ୍କ ମଧ୍ୟରେ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଫଗନୁ ଘରୁ ଏକ ଟାଙ୍ଗିଆ ଆଣି ସମରୁ ଓ ତାଙ୍କ ବାପା ବାରୁ (୭୦)ଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ସମରୁଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ବାରୁ ଗୁରୁ୍ତର ଭାବେ ଆହତ ‌ହୋଇଥିଲେ। ଏନେଇ ବାରୁଙ୍କ ସ୍ତ୍ରୀ ଉଜ୍ଜଳ ଦେଇ ମାଝୀ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଫଗନୁକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର