ସଂଘର୍ଷରତ ହାତୀପଲରେ ପଶି ଛୁଆହାତୀ ମୃତ

ରାଉରକେଲା: ଗୁରୁବାର ପାହାନ୍ତାରେ ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବୀରମିତ୍ରପୁର ରେଞ୍ଜ୍‌ ହାତୀବାରିର ଧୁମାଗଡ଼ ଜଙ୍ଗଲ ମଧ୍ୟସ୍ଥ ନଦୀଟୋଲା ଠାରେ ଗୋଟାଏ ହାତୀଛୁଆର ମୃତ୍ୟୁ ଘଟିଛି।

ମୃତ ହାତୀଛୁଆଟିକୁ ଘଟଣାସ୍ଥଳରେ ୪/୫ଟି ବଡ଼ ହାତୀ ଜଗିରହିଥିବା କଥା ଆଜି ସକାଳେ ସ୍ଥାନୀୟ ବସ୍ତି ବାସିନ୍ଦା ଦେଖି ବନ ବିଭାଗକୁ ଖବର ଦେଇଥିଲେ।

ଗତରାତିରେ ଧୁମାଗଡ଼ ଜଙ୍ଗଲର ସମ୍ପୃକ୍ତ ସ୍ଥାନରେ କୌଣସି କାରଣରୁ ଚାରି ପାଞ୍ଚଟି ପ୍ରାପ୍ତବୟସ୍କ ହାତୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ସେହି ସମୟରେ ଏ ହାତୀଛୁଆଟି ସେମାନଙ୍କ ମଧ୍ୟକୁ ପଶିଯିବାରୁ ଦଳାଚକଟାରେ ତା’ର ମୃତ୍ୟୁ ଘଟିଥିବା କୁହାଯାଉଛି।

ବୀରମିତ୍ରପୁର ରେଞ୍ଜ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଛୁଆକୁ ଜଗି ରହିଥିବା ହାତୀମାନଙ୍କୁ ଘଉଡ଼ାଇବାରୁ ସେମାନେ ସ୍ଥାନ ଛାଡ଼ି ଜଙ୍ଗଲ ମଧ୍ୟକୁ ଚାଲିଯାଇଛନ୍ତି।

ଡିଏଫ୍‌ଓ ରାଜକିଶୋର ଦାଶ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଛୁଆର ଶବ ବ୍ୟବଚ୍ଛେଦ କରାଯାଇ ସେଠାରେ ପୋତି ଦିଆଯିବ।

ସମ୍ବନ୍ଧିତ ଖବର