ନାରୀଙ୍କ ସୁରକ୍ଷା ପାଇଁ ସମୂହ ଲଢ଼େଇ ଜରୁରୀ

ପଞ୍ଚମ ବେତନଟୀ ବୈଶାଖୀ ବିକାଶ ମହୋତ୍ସବ ଉଦ୍‌ଘାଟିତ

ବେତନଟୀ: ଜାୟା, ଜନନୀ, ଭଗିନୀ ଭାବେ ପରିବାରଠାରୁ ନେଇ ସମାଜ ଗଠନ ସବୁ କ୍ଷେତ୍ରରେ ଶ୍ରେଷ୍ଠ ବିନ୍ଧାଣୀ ହେଲେ ନାରୀ। ହେଲେ ସାମ୍ପ୍ରତିକ ସମୟରେ କିଛି କୁପୁରୁଷଙ୍କ ପାଇଁ ନାରୀ ନିଜକୁ ଅସୁରକ୍ଷିତ ମଣୁଛି। ତେବେ ନାରୀର ସୁରକ୍ଷା ପାଇଁ ଏବେ ସମସ୍ତଙ୍କୁ ଏକ ହୋଇ ଲଢ଼ିବାର ସମୟ ଆସିଛି ବୋଲି ପଦ୍ମମାଳି ମହିଳା ସଂଗଠନ ପକ୍ଷରୁ ଆୟୋଜିତ ପଞ୍ଚମ ବାର୍ଷିକ ବେତନଟୀ ବୈଶାଖୀ ବିକାଶ ମହୋତ୍ସବର ଉଦ୍‌ଘାଟନୀ ପର୍ବରେ ମତ ରଖିଛନ୍ତି ଅତିଥିବୃନ୍ଦ। ବେତନଟୀ ଏମ୍‌ଆଇ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଆୟୋଜିତ ଏହି ମହୋତ୍ସବକୁ ମୟୂରଭଞ୍ଜର ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଉଦ୍‌ଘାଟନ କରିବା ସହିତ ସମାଜ ଗଠନ ଦିଗରେ ‘ପଦ୍ମମାଳି’ର କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ମୁଖ୍ୟ ଅତିଥି ଭାବେ ବାଲେଶ୍ବର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ମହିଳାମାନେ ସଶକ୍ତ ହେବା ଜରୁରୀ ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ଭାବେ ଫକୀରମୋହନ ବିଶ୍ବ ବିଦ୍ୟାଳୟର କୁଳସଚିବ କୁକୁମିନା ଦାସ ଯୋଗ ଦେଇ ନାରୀ ହିଁ ସୃଷ୍ଟିର ଶ୍ରେଷ୍ଠ ଶକ୍ତି ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବେତନଟୀ ବୈଶାଖୀ ବିକାଶ ମହୋତ୍ସବର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବଡସାହି ବିଧାୟକ ସନାତନ ବିଜୁଳି, ବଡସାହି ବ୍ଲକ୍‌ ଅଧ୍ୟକ୍ଷା ମିନତୀ ସିଂ, ବେତନଟୀ ବ୍ଲକ୍‌ ଅଧ୍ୟକ୍ଷା କୌଶଲ୍ୟା ମାଝୀ, ବେତନଟୀ ସମିତି ସଭ୍ୟ ରଣଜିତ ସିଂ, ବେତନଟୀ ମହିଳା ଶାଖା ‘ସମ୍ବାଦ’ ସାହିତ୍ୟ ଘରର ସଭାପତି ଡ. ମନ୍ଦାକିନୀ ସାହୁ, ମନୋରମା ସାହୁ, ଜୟନ୍ତୀ ଖଟୁଆ, ବିନୋଦିନୀ ମହାନ୍ତ, ମୀନାକ୍ଷି ପରିଡା, ଗୀତାଞ୍ଜଳୀ ଭୂୟାଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ପଦ୍ମମାଳିର ଅଧ୍ୟକ୍ଷା ଡ. ବୀଣା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଭାପତି ପ୍ରଫେସର ସଂଯୁକ୍ତା ଜୀ, ବେତନଟୀ ବ୍ଲକ୍‌ ସାମ୍ବାଦିକ ସଂଘର ସଭାପତି ରଞ୍ଜନ କୁମାର ମହାନ୍ତି, ମଞ୍ଜୁଲତା ସାହୁ, ରଞ୍ଜିତା କର, ମେରୀ ମାଝୀ ପରିଚାଳନା କରିଥିଲେ। ସୋନା ଖାତୁନ, ହରିପ୍ରିୟା ଦାସ, ଶୁଭସ୍ମିତା ସେନାପତି, ମମତା ଆଚାର୍ଯ୍ୟ, ସୁମତୀ ମହାନ୍ତ, କୁମୁଦିନୀ ମହାନ୍ତ, ସୁଜାତା କର, ଜ୍ୟୋସ୍ନାରାଣୀ କର, ମୀନତି ସାହୁ, ଝୁନୁ ବେହେରା, ସସ୍ମିତା ଧଳ, ମୋନାଲିସା ପାଢ଼ି, ଉମା ଯାଦବ ପ୍ରମୁଖ ସହଯୋଗ କରିଥିଲେ। ପଦ୍ମମାଳିର କାର୍ଯ୍ୟାଳୟ ସମ୍ପାଦିକା ସୁନୀତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଉମେଶ ଚନ୍ଦ୍ର ମହାନ୍ତ ଓ ହରିପଦ ମହାନ୍ତଙ୍କ ନେତୃତ୍ବରେ ନିଚୁଆପଦାର ଛଉ କଳାକାରମାନେ ଛଉନୃତ୍ୟ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର