ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ: ବିଜେପି

ଭୁବନେଶ୍ବର : ୨୦୨୨ ସୁଦ୍ଧା ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି। କିନ୍ତୁ ରାଜ୍ୟ ସରକାର ଏଡି ପାତରଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀଙ୍କୁ ଘର ଯୋଗାଉଛନ୍ତି। ଫଳରେ ବହୁ ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଉନାହାନ୍ତି। ଏହାକୁ ବିରୋଧ କଲେ ବିଜେପି କର୍ମୀଙ୍କୁ ଶାସକ ଦଳ କର୍ମୀମାନେ ଆକ୍ରମଣ କରୁଛନ୍ତି। କିନ୍ତୁ ରାଜ୍ୟ ସବୁ ଯୋଗ୍ୟ ହିତାଧିକାରଙ୍କୁ ପକ୍କା ଘର ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ୨୬ଲକ୍ଷରୁ ଅଧିକ ଘର ଆସିଛି। କିନ୍ତୁ ଦୁର୍ଭାଗ୍ୟର କଥା ଏବେବି ଅନେକ ଯୋଗ୍ୟ ହିତାଧିକାରୀ ଘରେ ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି। ପକ୍କା ଘର ବଣ୍ଟନରେ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହୋଇଛି। ଏଠାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିନି। ଗୋଟିଏ ଘରେ ମଣିଷ ଓ ଗୃହପାଳିତ ପଶୁ ଏକାଠି ରହୁଛନ୍ତି। କଚ୍ଚା‌ ଘରେ ଲୋକ ପାଲ ଟାଣି ରହୁଛନ୍ତି। କିନ୍ତୁ ଧନୀକ ଶ୍ରେଣୀ, ବିଜେଡି କର୍ମୀଙ୍କୁ ପକ୍କା ଘର ବଣ୍ଟନ ହୋଇଛି। ଆବାସ ଯୋଜନାରେ ମହାଦୁର୍ନୀତି ହୋଇଛି ବୋଲି କେନ୍ଦ୍ରୀୟ ଟିମ୍ ଜଣାଇବା ପରେ ବି ରାଜ୍ୟ ସରକାର କାହିଁକି ପକ୍କାଘର ବଣ୍ଟନ କେଳେଙ୍କାରୀରେ ସାମିଲ୍‌ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ତିିହିଡ଼ିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତାକୁ ବିରୋଧ କରିବାରୁ ବିଜେପି କର୍ମୀଙ୍କୁ ଆକ୍ରମଣ ହେବା ଏବଂ ପୁଲିସ ଗିରଫ କରିବା ପ୍ରସଙ୍ଗରେ ଘଟଣାର ସରଜମିନ୍ ତଦନ୍ତ ପାଇଁ ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ତିହିଡି ବ୍ଲକର କୁବେରା ଗ୍ରାମପଞ୍ଚାୟତ ଯାଇଥିଲା। ଏହାସହ ଯୋଗ୍ୟ ହିତାଧିକାରୀଙ୍କ ପରିବାର ଲୋକ ଏବଂ ଗିରଫ ହୋଇଥିବା ବିଜେପି କର୍ମୀଙ୍କ ପରିବାରକୁ ଭେଟିଥିଲା।

ସମ୍ବନ୍ଧିତ ଖବର