ହକି ବିଶ୍ବକପ୍ ପାଇଁ ଅବଗଣନା ଆରମ୍ଭ : ‘ପୁଲ୍-ଡି’ରେ ଭାରତ

ଭୁବନେଶ୍ବର : ଭୁବନେଶ୍ବର ଓ ରାଉରକେଲାରେ ହେବାକୁ ଥିବା ହକି ବିଶ୍ବକପ ୨୦୨୩ର ଅବଗଣନା ଆରମ୍ଭ ହୋଇଯାଇଛି । ଗୁରୁବାରଦିନ ଲୋକସଭା ଭବନଠାରେ ଅନ୍ତର୍ଜାତୀୟ ହକି ଫେଡେରେସନ ପକ୍ଷରୁ ଏହି ବିଶ୍ବକପର ଡ୍ର’ ଅନୁଷ୍ଠିତ ହୋଇଯାଇଛି । ଏହି ଡ୍ର’ ପରେ କେଉଁ ପୁଲରେ କେଉଁ ଦଳ ରହିବେ ତାହା ନିର୍ଦ୍ଧାରିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନ୍ତର୍ଜାତୀୟ ହକି ଫେଡେରେସନର ସଭାରତି ସେଫ ଅହମଦ ଉପସ୍ଥିତ ଥିଲେ ।

ପୁଲ-ଏରେ ବର୍ତ୍ତମାନର ୧ ନମ୍ବର ମାନ୍ୟତାପ୍ରାପ୍ତ ଦଳ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି ।

ପୁଲ-ବିରେ ବର୍ତ୍ତମାନର ବିଶ୍ବ ଚାମ୍ପିଅନ ବେଲଜିଅମ, ଜର୍ମାନି, ଜାପାନ ଓ ଦକ୍ଷିଣ କୋରିଆ ଅଛନ୍ତି । ସେହିପରି ପୁଲ-ସିରେ ରହିଛନ୍ତି ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ମାଲେସିଆ ଓ ଚିଲି । ଅନ୍ୟପକ୍ଷରେ ପୁଲ-ଡିରେ ଅଛନ୍ତି ଭାରତ,ଇଂଲଣ୍ଡ, ସ୍ପେନ ଓ ଓ୍ବେଲସ । ଉଭୟ ଚିଲି ଓ ଓ୍ବେଲସ ପ୍ରଥମ ଥର ପାଇଁ ବିଶ୍ବକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଏଠାରେ ଉଲ୍ଲେଖଯେଗ୍ୟ ଯେ ବିଶ୍ପ ରାଙ୍କିଙ୍ଗ ଅନୁସାରେ ଅଷ୍ଟ୍ରେଲିଆ, ବେଲଜିଅମ, ନେଦରଲାଣ୍ଡସ ଓ ଭାରତ ନିଜ ନିଜର ପୁଲରେ ପ୍ରଥମ ସ୍ଥାନରେ ରହିଛନ୍ତି ।

ଏହି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା,ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ.ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଭିନିଲ କ୍ରିଷ୍ଣା, ହକି ଇଣ୍ଡିଆର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର