ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ଚଳଚ୍ଚିତ୍ର ଅଭିନେତା ବଦ୍ରି ନାରାୟଣ ମହାପାତ୍ରଙ୍କ ମଙ୍ଗଳବାର ପରଲୋକ ହୋଇଛି। ବିଶିଷ୍ଟ ଚଳଚ୍ଚିତ୍ର, ଟିଭି, ଆକାଶବାଣୀ ଓ ମଞ୍ଚ ଅଭିନେତା, ନିର୍ଦେଶକ, ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାରପ୍ରାପ୍ତ ଅଭିନେତା ଥିଲେ। ଓଡ଼ିଆ ଚଳଚ୍ଚିତ୍ର ସମର୍ପଣ, ପଳାତକ ଓ ଜନ୍ମଦାତାରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ଏହାବାଦ୍ ସେ ଅନେକ ନାଟକର ନିର୍ଦେଶନା ଦେଇଥିଲେ। କଳାସଂସ୍କୃତି ଅବଦାନ ନିମନ୍ତେ ତାଙ୍କୁ କଳାହାଣ୍ଡି ଉତ୍ସବରେ କଳାହାଣ୍ଡି ବରପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଛି। ସେ ଜଣେ କ୍ରୀଡ଼ାବିତ, କ୍ରୀଡ଼ା ସଂଗଠକ ଭାବରେ କଳାହାଣ୍ଡିରେ ବେଶ୍ ଜଣାଶୁଣା ଥିଲେ। ସେ ଭବାନୀପାଟଣା ସହରସ୍ଥିତ କଳାହାଣ୍ଡି ଲେଖକ କଳା ପରିଷଦ, କଳାହାଣ୍ଡି କଳାକାର ସଂଘର ସଭାପତି ଥିଲେ।
ତାଙ୍କ ବିୟୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଲୋକସଭା ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ, ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା, ପଳାତକ ଚଳଚ୍ଚିତ୍ରର କଷ୍ଟ୍ୟୁମ୍ ଡିଜାଇନର ମହମ୍ମଦ ଅଲ୍ଲୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/54fh5fs456h4sf56h4f5s6hsffhsfhsfhsfh.jpg)