ପଶ୍ଚିମ ଓଡ଼ିଶାର ସଂସ୍କୃତିକୁ ନେଇ ତିଆରି ହୋଇଥିବା ସିନେମା ‘ଘୁବୁକୁଡ଼ୁ’ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ ଲାଗି ମନୋନୀତ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ସଂସ୍କୃତିକୁ ନେଇ ତିଆରି ହୋଇଥିବା ସିନେମା ‘ଘୁବୁକୁଡୁ’ ଅନ୍ତର୍ଜାତୀୟ ସ୍ତରରେ ଫାଷ୍ଟ ଟାଇମ୍‌ ଫିଲ୍ମ ମେକର ସେସନ (ୟୁ.କେ.) ଓ ସର୍ଟ ଲଙ୍ଗ୍‌ ୱାର୍ଲଡ ଫେଷ୍ଟିଭାଲ (ଆର୍ଜେଣ୍ଟିନା)‌ ଦ୍ବାରା ମନୋନୀତ ହୋଇଛି। ସୁଶାନ୍ତ ପଣ୍ଡାଙ୍କ ରଚିତ ଓ ନିର୍ଦ୍ଦେଶିତ ତଥା ୱାଇ-ଷ୍ଟାର ସିନେ ଓ ଟେଲିଭିଜନ ନିବେଦିତ ‘ଘୁବୁକୁଡୁ’ରେ କିଛି ପାରମ୍ପରିକ କଳାକାରଙ୍କ ଜୀବନର ସଂଘର୍ଷକୁ ନିଖୁଣ ଭାବେ ଉପସ୍ଥାପନା କରାଯାଇଛି। ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକେ, ଯେଉଁମାନଙ୍କର କି ଅନ୍ୟ କିଛି ସ୍ବପ୍ନ ନ ଥାଏ; କେବଳ ପେଟକୁ ଦାନା ଗଣ୍ଡାଏ ଯୋଗାଇବା ପାଇଁ ଜୀବନ-ମରଣ ଦୋଛକିରେ ପାରଂପରିକ କଳା ପ୍ରଦର୍ଶନ କରି କିପରି ବଂଚି ରହିବା ପାଇଁ ସଂଘର୍ଷ କରୁଛନ୍ତି ଘୁବୁକୁଡୁରେ ତାହା ଅତ୍ୟନ୍ତ କରୁଣ ଭାବରେ ପ୍ରଦର୍ଶିତ ହୋଇଛି। ଏଥିରେ ପବିତ୍ର ଡନସନା, ଡେଜିନା ବେହେରା, ଶ୍ରୀଜିତ ଶୁଭଙ୍କର ରାୟଗୁରୁ ପ୍ରମୁଖ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର