ପିସିସି ପକ୍ଷରୁ ଚୂଡ଼ାନ୍ତ ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ

ଭୁବନେଶ୍ବର : ଜିଲ୍ଲା ସ୍ତରରେ ଜିଲ୍ଲା କଂଗ୍ରେସ କମିଟି ଓ ବ୍ଲକ୍‌ କଂଗ୍ରେସ କମିଟି ଗଠନ କରି କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସମସ୍ତ ସାଂଗଠନିକ ଜିଲ୍ଲା ନିମନ୍ତେ ପିସିସି ପର୍ଯ୍ୟବେକ୍ଷକମାନଙ୍କର ଚୂଡ଼ାନ୍ତ ନାମ ତାଲିକା ଘୋଷଣା କରିଛନ୍ତି। ଏହି ପର୍ଯ୍ୟବେକ୍ଷକମାନେ ଖୂବଶୀଘ୍ର ନିଜ ଦାୟିତ୍ବରେ ଥିବା ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ ଓ ପୌରାଞ୍ଚଳ ଗସ୍ତ କରିବେ।

ଜିଲ୍ଲା କଂଗ୍ରେସ ସଭାପତି ନିଜ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କ ସହିତ ଆଲୋଚନା କରି ସ୍ଥାନ, ତାରିଖ ଓ ସମୟ ସ୍ଥିର କରିବେ। ଏହାସହିତ ବୈଠକ ସମ୍ପର୍କରେ ନିଜ ଜିଲ୍ଲାର ନେତୃବୃନ୍ଦମାନଙ୍କୁ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ। ପର୍ଯ୍ୟବେକ୍ଷକମାନେ ବ୍ଲକ୍‌ କମିଟି ଓ ଜିଲ୍ଲା କମିଟିର ପ୍ରସ୍ତାବ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଡିସେମ୍ବର ୩୦ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ଶ୍ରୀ ପଟ୍ଟନାୟକ ସମୟ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର