ଭୁବନେଶ୍ବର: ନରସିଂହପୁର-କଣ୍ଟିଲୋ-ଖଣ୍ଡପଡ଼ା ମାର୍ଗ ଦେଇ ପ୍ରସ୍ତାବିତ ଅନୁଗୁଳ-ନୟାଗଡ଼ ରେଳପଥ ଏବଂ ଖୋର୍ଦ୍ଧା ଟାଉନ ଓ କାଇପଦର ମଧ୍ୟରେ ପ୍ରସ୍ତାବିତ କର୍ଡ ଲାଇନ(୧୨୦ କିମି) ପ୍ରକଳ୍ପର ଚୂଡ଼ାନ୍ତ ଲୋକେସନ ସର୍ଭେ ଆରମ୍ଭ ହୋଇଛି। ଏହି ପ୍ରକଳ୍ପର ଚୂଡ଼ାନ୍ତ ଲୋକେସନ ସର୍ଭେକୁ ଫେବ୍ରୁଆରି ୭ରେ ରେଳ ମନ୍ତ୍ରଣାଳୟ ଅନୁମୋଦିତ କରିଥିଲା। ଆଲାଇନମେଣ୍ଟ୍କୁ ଅନ୍ତିମ ରୂପ ଦେବାକୁ ଏବେ ସର୍ଭେ ଚାଲିଛି। ଏଥିସହ ଡିପିଆର କାର୍ଯ୍ୟ ମଧ୍ୟ ଚାଲୁରହିଛି। ସର୍ଭେ ପରେ ତାହାକୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ରେଳ ବୋର୍ଡ ନିକଟରେ ଦାଖଲ କରାଯିବ। ଏହି ପ୍ରସ୍ତାବିତ ରେଳ ପ୍ରକଳ୍ପ କଣ୍ଟିଲୋ ନୀଳମାଧବ ମନ୍ଦିରକୁ ରେଳ ନେଟ୍ୱାର୍କରେ ଯୋଡ଼ିବ। ଏହା ମାଧ୍ୟମରେ ପ୍ରକୃତି ପର୍ଯ୍ୟଟନର ବିକାଶ ସହ ବଣୁଆ ଜୀବଜନ୍ତୁ ଅଭୟାରଣ୍ୟକୁ ମଧ୍ୟ ସଂଯୋଗ କରିବ। କଣ୍ଟିଲୋ ଓ ଖଣ୍ଡପଡା ଅଞ୍ଚଳରେ ବ୍ରାସ୍ ଓ ଘଣ୍ଟି ଧାତୁ ହସ୍ତଶିଳ୍ପ ପାଇଁ ଏହା ନୂତନ ବଜାର ସୃଷ୍ଟି କରିବାରେ ସାହାଯ୍ୟ କରିବ, ଯାହାକି ସ୍ଥାନୀୟ କାରିଗରଙ୍କ ବିକାଶ ପାଇଁ ଏକ ପ୍ଲାଟଫର୍ମ ହେବ। ଏହାବ୍ୟତୀତ ବିଦ୍ୟୁତ୍ ପ୍ଲାଣ୍ଟ ଓ ବନ୍ଦରକୁ କୋଇଲା ପରିବହନରେ ସହାୟକ ହେବା ସହ ଆର୍ଥିକ ବିକାଶକୁ ସୁନିଶ୍ଚିତ କରିବ। ଏହି ପ୍ରସ୍ତାବିତ ରେଳ ଲାଇନ୍ ନୟାଗଡ଼ ଟାଉନ ଷ୍ଟେସନଠାରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ୍କୁ ସଂଯୋଗ କରିବ ଏବଂ ଖୋର୍ଦ୍ଧା ଟାଉନ୍ ଷ୍ଟେସନରୁ କାଇପଦର ଷ୍ଟେସନ ପର୍ଯ୍ୟନ୍ତ ଏକ କର୍ଡ ଲାଇନ ନିର୍ମାଣ କରାଯାଇ ଖୋର୍ଦ୍ଧା ରୋଡ-ବିଜୟନଗରମ୍ ମେନ୍ ଲାଇନଠାରେ ସଂଯୋଗ କରାଯିବ।
ଅନୁଗୁଳ-ନୟାଗଡ଼ ରେଳପଥର ଚୂଡ଼ାନ୍ତ ସର୍ଭେ ଆରମ୍ଭ
/sambad/media/post_attachments/wp-content/uploads/2024/05/fssfhfhsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)