ବିକ୍ରମଦେବ ମହାବିଦ୍ୟାଳୟ ୭୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଅର୍ଥ କମିଟି ବୈଠକ

ଜୟପୁର:  ବିକ୍ରମ ଦେବ ମହାବିଦ୍ୟାଳୟ ୭୫ବର୍ଷ ପୂର୍ତ୍ତୀ ପାଳନ ପାଇଁ ପୁରାତନ ଛାତ୍ର ସଂସଦର ପୁରାତନ ଛାତ୍ରଙ୍କୁ ନେଇ  କାର୍ଯ୍ୟାଳୟ ପରିସରରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂପାଦକ ବିଜି ରାୟ ଜେନା ଦେଓ, କୋଷାଧ୍ୟକ୍ଷ ସହଦେବ ପଟ୍ଟନାୟକ, ସନ୍ତୋଷ ସାହୁ, ରବିନାରାୟଣ ନନ୍ଦ, ବରୁଣ ଜୈନ, ସୁରେଶ କୁମାର ନାଇଡୁ, ଶଙ୍କର ପ୍ରହରାଜ , କାର୍ତ୍ତିକ ରାଉତ, ନିଶାନ ପଟ୍ଟନାୟକ,  ସୂର୍ଯ୍ୟ ପଟ୍ଟନାୟକ, ରଘୁନାୟକ, ସୁବାସ ପାଇକରାୟ,  ପ୍ରଭାକର ନାୟକ, ସନ୍ଦୀପ ସାମନ୍ତରାୟ, ଭି.ଆର ପ୍ରସାଦ, ପିଉସ୍ ପଟ୍ଟନାୟକ, ପ୍ରଭାକର ନାୟକ, ଜୟନ୍ତ ସାନ୍ତ୍ରା ପ୍ରମୁଖ ଯୋଗ  ଦେଇଥିଲେ। ଗତ ଜୁଲାଇ ୧ତାରିଖ ଦିନ ପୂର୍ତ୍ତି ଉତ୍ସବର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

୨୮ଜଣ  ପୁରାତନ ଛାତ୍ର କାର୍ଯ୍ୟକ୍ରମ ଗୁଡିକୁ ସଫଳ କରିବା ପାଇଁ ୩ଲକ୍ଷ ୯୦ହଜାର ଟଙ୍କା ଏବଂ ଜଣେ ପୁରାତନ ଛାତ୍ର ୨୦ହଜାର ଟଙ୍କାର ଚେକ୍ ଦେଇଥିଲେ। ଏହି ୩ଲକ୍ଷ ୯୦ହଜାର ଟଙ୍କାରୁ ବିଭିନ୍ନ ବାବଦରେ ୨ଲକ୍ଷ ୭୧ହଜାର ୧୧୦ଟଙ୍କା ଖର୍ଚ୍ଚ ହୋଇଥିବା କୋଷାଧ୍ୟକ୍ଷ ସହଦେବ ପଟ୍ଟନାୟକ ସୂଚନା ଦେଇଥିଲେ। ବଳକା ୯୯ହଜାର ୯୦ଟଙ୍କା ତାଙ୍କ ନିକଟରେ ରହିଛି। ପୁରାତନ ଛାତ୍ରସଂସଦର ସଭ୍ୟ ପାଇଁ ଏକ ହଜାର ଟଙ୍କା ଲେଖାଏଁ ୩୦୦ଜଣ ଜମା କରିତିବା ବେଳେ ଏହି ୩ଲକ୍ଷ ଟଙ୍କା ସେଭଳି ଜମା ହୋଇ ରହିଥିବା ସଂପର୍କରେ ସଂପାଦକ ଓ କୋଷାଧ୍ୟକ୍ଷ ସୂଚନା ଦେଇଥିଲେ। ଡିସେମ୍ବର ମାସରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଦେବା ପାଇଁ ଆଲୋଚନା କରାଯାଇଥିଲା। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ  ବିଜେଡି ସାଧାରଣ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ (ବବି) ଦାଶଙ୍କ ସହ ମିଶି ଗୋଟିଏ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ନିମନ୍ତ୍ରଣ କରିବାକୁ ନିଷ୍ପତି ହୋଇଥିଲା। ସମସ୍ତ ବିବରଣୀକୁ ଆସନ୍ତା ଦିନରେ ପୁଣି ସାଧାରଣ ପରିଷଦ ବୈଠକ କରି ସେଠାରେ ଉପସ୍ଥାପନ କରିବାକୁ ନିଷ୍ପତି ହୋଇଥିଲା।

ସମ୍ବନ୍ଧିତ ଖବର