ଭୁବନେଶ୍ବର : ସରକାରୀ ନିଯୁକ୍ତି ବନ୍ଦ ପ୍ରସଙ୍ଗରେ ବିରୋଧୀ ଦଳମାନେ ଆଜି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହା ପରେ ଅର୍ଥ ବିଭାଗ ପକ୍ଷରୁ ଏ ନେଇ ଏକ ସ୍ପଷ୍ଟୀକରଣ ରଖାଯାଇଛି। ଏଥିରେ କୁହାଯାଇଛି ଯେ ଯେଉଁ ସରକାରୀ ଚାକିରି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି, ତାହା ଜାରି ରହିବ। ଖାଲି ପଡ଼ୁଥିବା ପଦବି ଯଥାରୀତି ପୂରଣ ହେବ। ନୂଆ ପଦବି ସୃଷ୍ଟି ଉପରେ ସାମୟିକ ପ୍ରତିବନ୍ଧକ ଲଗାଯାଇଛି। କେବଳ ସ୍ବାସ୍ଥ୍ୟ ବିଭାଗକୁ ଏଥିରୁ ବାଦ୍ ଦିଆଯାଇଛି। ତେବେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟକାରିତା ପାଇଁ ଯଦି ନୂଆ ପଦବିର ଆବଶ୍ୟକତା ପଡ଼େ, ତାହାକୁ ବିଚାରକୁ ନିଆଯିବ। ଯଦି ସମାନ ପଦବି ଉଚ୍ଛେଦ ହୋଇଥିବ, ତେେବ ସେଠାରେ ଅର୍ଥ ବିଭାଗର ଅନୁମତି ନେଇ ନୂଆ ପଦବି ସୃଷ୍ଟି କରାଯାଇପାରିବ। ୫ ବର୍ଷ ଧରି ଖାଲି ପଡ଼ିଥିବା ପଦବି ଆପେ ଆପେ ଉଚ୍ଛେଦ ହେବ। ସମସ୍ତ ବିଭାଗ ଆସନ୍ତା ୩୧ ତାରିଖ ସୁଦ୍ଧା ଏ ସମ୍ପର୍କରେ ବିଧିବଦ୍ଧ ନିଷ୍ପତ୍ତି ନେଇ ସାଧାରଣ ପ୍ରଶାସନ ବିଭାଗକୁ ଜଣାଇବେ। କନ୍ସଲ୍ଟାଣ୍ଟ୍, ଆଉଟ୍ସୋର୍ସିଂ ସଂସ୍ଥା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏ ସଂକ୍ରାନ୍ତୀୟ କୌଣସି ନିଷ୍ପତ୍ତିି ନେବା ଆଗରୁ ଅର୍ଥ ବିଭାଗର ଅନୁମତି ନେବାକୁ ପଡ଼ିବ।
ସରକାରୀ ନିଯୁକ୍ତି ସମ୍ପର୍କରେ ସ୍ପଷ୍ଟୀକରଣ ଦେଲା ଅର୍ଥ ବିଭାଗ
/sambad/media/post_attachments/wp-content/uploads/2020/07/finance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)