ବିଶେଷଜ୍ଞଙ୍କ ମତ ଲୋଡ଼ିଲେ ଅର୍ଥମନ୍ତ୍ରୀ, ବଜେଟ୍‌ ଆକାର ନୁହେଁ, ଖର୍ଚ୍ଚ ବଢ଼ାଅ

ଭୁବନେଶ୍ବର : ବଜେଟ ଆକାର ବୃଦ୍ଧି କଲେ ହେବନି। ବ୍ୟୟବରାଦ ଅର୍ଥ କିପରି ଗୁଣାତ୍ମକ ଭାବେ ଖର୍ଚ୍ଚ ହେବ ସେଥିପାଇଁ ଧ୍ୟାନ ଦେବା ଉଚିତ୍। ଜିଏସଟି ପ୍ରଚଳନ ପରେ ରାଜ୍ୟର ଟିକସ କ୍ଷମତା ସଂକୁଚିତ ହୋଇଛି । ସମ୍ବଳ ସଂଗ୍ରହ ମଧ୍ୟ ପ୍ରଭାବିତ ହୋଇଛି। ଏବେ ରାଜ୍ୟର ଆୟ ବୃଦ୍ଧି ପାଇଁ ଅଣପାରମ୍ପରିକ ଟିକସ ଆଦାୟ ବୃଦ୍ଧି କରିବା ନେଇ ସରକାର ବିଚାର କରିବା ଦରକାର।

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ନେଇ ଆଜି ଅନୁଷ୍ଠିତ ହୋଇଥିବା ପରାମର୍ଶ ବୈଠକରେ ସରକାରଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥସଚିବ ଓ ସିଭିଲ ସୋସାଇଟି ସଦସ୍ୟ। ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ରାଶିକୁ ବୃଦ୍ଧି କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ୨୮ ତାରିଖ ଦିନ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।

ଏହି ଆେଲାଚନାରେ ଭାଗ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼େଇ ଶିକ୍ଷା, ସ୍ବାସ୍ଥ୍ୟ ଉପରେ ଅଧିକ ବ୍ୟୟବରାଦ କରିବାକୁ ପରାମର୍ଶ ଦେଇଥିଲେ। କହିଥିେଲ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବର୍ତ୍ତମାନ ହିତାଧିକାରୀଙ୍କୁ ମିଳୁଥିବା ୧ ଲକ୍ଷ ୩୦ ହଜାର ଟଙ୍କା ସହାୟତା ରାଶିକୁ ବୃଦ୍ଧି କରି ୩ ଲକ୍ଷ ଟଙ୍କା କରାଯିବା ଉଚିତ୍। ଯେଉଁ ଖଣିମାଲିକମାନଙ୍କ ଉପରେ ଖଣି ଜରିମାନା ବକେୟା ପଡ଼ିଛି ତାକୁ ଆଦାୟ କରାଯିବା ସହ ଯେଉଁ କ୍ଷେତ୍ରରେ ସରକାରୀ ଅର୍ଥ ଅନାଦେୟ ହୋଇ ପଡ଼ି ରହିଛି ତାକୁ ଅଗ୍ରାଧିକାର ଭିତ୍ତିରେ ଆଦାୟ କରିବାକୁ ସରକାର ପଦକ୍ଷେପ ନିଅନ୍ତୁ। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ସରକାରଙ୍କୁ ପ୍ରସ୍ତାବ ଦେଇ କହିଥିଲେ, ବଜେଟ ଅଧିବେଶନରେ ଗୃହରେ ସ୍ବତନ୍ତ୍ର ପ୍ୟାକେଜ ପାଇଁ ଏକ ପ୍ଲାନ ପ୍ରସ୍ତୁତ କରି ସରକାର ଉପସ୍ଥାପନ କରନ୍ତୁ।

ପ୍ରତିକ୍ରିୟା ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ବଜେଟ ପ୍ରସ୍ତୁତ କରିବା ପୂର୍ବରୁ ଲଗାତାର ଦୀର୍ଘ ୭ ବର୍ଷ ଧରି ପୂର୍ବତନ ଅର୍ଥମନ୍ତ୍ରୀ ଓ ପୂର୍ବତନ ଅର୍ଥ ସଚିବମାନଙ୍କ ସରକାର ଆଲୋଚନା କରି ଆସିଛନ୍ତି। ଏହି କ୍ରମରେ ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତ କରିବା ପୂର୍ବରୁ ବୈଠକରେ ସରକାରଙ୍କୁ ଅନେକ ପ୍ରସ୍ତାବ ମିଳିଛି। ସରକାର ତାର ଅନୁଧ୍ୟାନ କରି ବଜେଟରେ ସ୍ଥାନ ଦେବେ। ଅର୍ଥବିଭାଗକୁ ୩ ହଜାର ମତାମତ ମିଳିଥିବା ଅର୍ଥମନ୍ତ୍ରୀ କହିଥିଲେ। ଚଳିତବର୍ଷ ନିର୍ବାଚନ ବର୍ଷ ଥିବାରୁ ଗତ ଫେବ୍ରୁଆରିରେ ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ସେଥିରୁ ପ୍ରଥମ ଚାରିମାସ ପାଇଁ ୫୬ ହଜାର ୯୨୧ କୋଟି ଟଙ୍କାର ଲେଖାନୁଦାନ ପାରିତ କରିଥିଲେ। ତେବେ ପୂର୍ଣ୍ଣାଙ୍ଗ ବଜେଟ୍ ଆକାର ୧ଲକ୍ଷ ୩୫ ହଜାର େକାଟି ଟପିପାରେ େବାଲି ଆଭାସ ମିଳିଛି।

ସମ୍ବନ୍ଧିତ ଖବର