ଏସ୍‌.ରାମପୁର: ସ୍ଥାନୀୟ ବିଧାୟକ ତଥା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ସ୍ଥାନୀୟ ପେକ୍ସରେ ଖରିଫ ଧାନ ବିକ୍ରୟ କରିଥିଲେ। ଶ୍ରୀ ପୂଜାରୀ ଆଜି ରାମପୁର ପେକ୍ସକୁ ଯାଇ ଆଇରିସ ସିଷ୍ଟମରେ ଆଖି ସ୍କାନ୍‌ କରି ଧାନ ବିକ୍ରୟ କରିଛନ୍ତି। ୪ଟି ଟୋକନ୍‌ରେ ମୋଟ ୨୭୫.୭୦ କୁଇଣ୍ଟାଲ ଖରିଫ ଧାନ ବିକ୍ରୟ କରିଥିବା ପେକ୍ସ ସମ୍ପାଦକ ତ୍ରିଲୋଚନ ସାହୁ ପ୍ରକାଶ କରିଛନ୍ତି।

Advertisment

​ପେକ୍ସ ଡଇଓ ଅନିଲ ଜୁଆଡି ମନ୍ତ୍ରୀଙ୍କ ଆଖି ସ୍କାନ୍‌ କରିବା ସହ ଟୋକନ ଏଣ୍ଟ୍ରି କରି ଧାନ ବିକ୍ରୟ ପ୍ରକ୍ରିୟାକୁ ପରିଚାଳନା କରିଥିଲେ। ଏହି ସମୟରେ ପେଜ୍ସ ସଂପାଦକ ତ୍ରିଲୋଚନ ସାହୁ, ଡିଇଓ ଅନିଲ ଜୁଆଡି, ସତ୍ୟଜିତ ମାହାଣା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଚଳିତ ଖରିଫ ଧାନ କିଣାରେ କୌଣସି ପ୍ରକାର ଅସୁବିଧା ହେଉନଥିବା ଏବଂ ସବୁ ବ୍ୟବସ୍ଥା ସୁରୁଖୁରୁରେ ଚାଲୁଥିବା ନେଇ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ପେକ୍ସ ସମ୍ପାଦକ ଶ୍ରୀ ସାହୁ। ତେବେ ଚାଷୀଙ୍କ ଧାନ ଯେମିତି ସୁରୁଖୁରୁରେ କ୍ରୟ ହେବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପେକ୍ସ ସମ୍ପାଦକଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି।