ବୌଦ୍ଧ: ବୌଦ୍ଧ ଅଞ୍ଚଳରେ କାର୍ଯ୍ୟ କରୁଥିବା ​ଭିକ୍ଟର ଫାଇନାନ୍ସ କମ୍ପାନିର ଜଣେ କର୍ମଚାରୀ ଲୋକଙ୍କ ପାଖରୁ ଆଦାୟ ହୋଇଥିବା ୨ ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି। ଏ ନେଇ କମ୍ପାନିର ପ୍ରୋଫାଇଲ ମ୍ୟାନେଜର ବୌଦ୍ଧ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଥାନା କେସ ନଂ. ୧୮୫/୨୦୨୩ରେ ମାମଲା ରୁଜୁ କରି ତଦନ୍ତ କରୁଛି।
ଅଭି​ଯୋଗ ଅନୁସାରେ ବୌଦ୍ଧ ସହର ବୁଟୁପାଲିରେ ଭିକ୍ଟର ଫାଇନାନ୍ସ ପ୍ରାଇଭେଟି ଲିଃର ଶାଖା ଅଫିସ ରହିଛି। ଗତ ମାର୍ଚ୍ଚ ମାସରୁ ବାଉଁଶୁଣି ଥାନା ଛେଳିବାହାଲ ଗ୍ରାମର ରାଜେଶ ଲୁହା (୨୯) ଗ୍ରାହକ ସଂପର୍କ ଅଧିକାରୀ ଭାବରେ କାମ କରୁଛନ୍ତି। ବିଭିନ୍ନ ସମୟରେ ଗ୍ରାହକଙ୍କ ପାଖରୁ ଆଦାୟ ହୋଇଥିବା ୨ ଲକ୍ଷ ୧୭ ହଜାର ୩୭୫ ଟଙ୍କା ନେଇ ସେ ଫେରାର ହୋଇ ଯାଇଥିବା ଶାଖାର ପ୍ରୋଫାଇଲ ମ୍ୟାନେଜର ଶମ୍ଭୁ ପ୍ରସାଦ ସେଠୀ ଅଭିଯୋଗରେ ଦର୍ଶାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/16-17.jpg)