ଗାଡ଼ି କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ ସରକାର: ବସ୍ ମାଲିକ ସଂଘ

ଭୁବନେଶ୍ୱର: କରୋନା ଭାଇରସ୍‌ର ୨ୟ ଲହର ଯୋଗୁଁ ବସ୍ ମାଲିକ ମାନେ ବହୁ କ୍ଷତି ସହିଛନ୍ତି । ତେଣୁ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମଙ୍କସର ଟିକସ ଛାଡ଼ କରାଯାଉ । ଗାଡ଼ି ପିଛା ଏକ ଲକ୍ଷ ଟଙ୍କା ଲେଖାଏଁ ବିନା ସୁଧରେ ଋଣ ଦିଆଯିବା ସହିତ ବୀମା ଅବଧି ବୃଦ୍ଧି କରାଯାଉ ବୋଲି ଓଡ଼ିଶା ବସ୍ ମାଲିକ ସଂଘ ଦାବି କରିଛି । ରାଜ୍ୟ ବସ୍ ମାଲିକ ସଂଘର ଏକ ଜରୁରୀ କାର୍ଯ୍ୟକାରୀ ବୈଠକ ସଂଘର ସଭାପତି ଲୋକନାଥ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗାଡ଼ି କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ରାସନ ସାମଗୀ ଯୋଗାଇ ଦିଆଯିବା ସହିତ ରିହାତି ଦରରେ ଡିଜେଲ ଦିଆଯାଉ ବୋଲି ଦାବି ହୋଇଛି ।

ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ, ଏବେ ୨୦ଟି ଜିଲ୍ଲାରେ ଗାଡ଼ି ଚାଲିପାରୁ ନାହିଁ । ଅଚଳାବସ୍ଥା ଜାରି ରହିଛି । ଆଗକୁ ଆଉ ୧୦ ଜିଲ୍ଲାରେ ଗାଡ଼ି ଚଳାଇବାକୁ ଅନୁମତି ଦେଲେ ବି ଗାଡ଼ି ଚଳାଇବା ସମ୍ଭବ ହେବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରନ୍ତୁ ନଚେତ ଆଗାମୀ ଦିନରେ ରାଜ୍ୟରେ ଗାଡ଼ି ଚାଲି ପାରିବ ନାହିଁ ।

ସୂଚନାଯୋଗ୍ୟ, ଗତ ମେ’ ମାସ ୫ ତାରିଖରେ ଓଡ଼ିଶା ଲକ୍‌ଡାଉନ୍ ହେବା ପରେ ଦୀର୍ଘ ଦିନ ଯାଏଁ ବସ୍‌ଗୁଡ଼ିକ ବନ୍ଦ ରହିଥିଲା । ଚଳିତ ମାସ ୨ ତାରିଖ ଠାରୁ ରାଜ୍ୟର ୨୦ ଟି ଜିଲ୍ଲାରେ ଅନ୍ତଃଜିଲ୍ଲା ପରିବହନ ସେବା ଆରମ୍ଭ ହୋଇଛି । କିନ୍ତୁ ଆହୁରି ୧୦ ଟି ଜିଲ୍ଲାରେ ସାଧାରଣ ପରିବହନ ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ଠପ ହୋଇଯାଇଛି । ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ହୋଇଯିବା ଫଳରେ ଗାଡ଼ି ମାଲିକମାନେ ବହୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା ବେଳେ ଜନସାଧାରଣ ଗମନାଗମନ ପାଇଁ ହଇରାଣ ହେଉଛନ୍ତି ।

ସମ୍ବନ୍ଧିତ ଖବର