ଭୁବନେଶ୍ୱର : ଚିକିତ୍ସା ନିମନ୍ତେ କଳାକାରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। କଳାକାର କଲ୍ୟାଣ ପାଣ୍ଠିରୁ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ୧୯ ଜଣ କଳାକାରଙ୍କୁ ତାଙ୍କର ଚିକିତ୍ସା ନିମନ୍ତେ ମୋଟ୍ ୮ ଲକ୍ଷ ୧୫ ହଜାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଯେଉଁମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର ବିଜୟ କୁମାର ପଟ୍ଟନାୟକ, ବିଚିତ୍ର କୁମାର ମଲିଆ, ଗୋଲକ ବାରିକ, ମୀରା ମହାନ୍ତି ଓ ପ୍ରଭାତ କୁମାର ସାହୁ। କଟକ ଜିଲ୍ଲାର ରମେଶ ଚନ୍ଦ୍ର ବେହେରା ଓ ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ମୟୂରଭଞ୍ଜ ଜିଲ୍ଲାର ଭରତ ଚନ୍ଦ୍ର ନାସିକ, ବାଲେଶ୍ୱର ଜିଲ୍ଲାର କୁଞ୍ଜଲତା ଦାସ, ଲକ୍ଷ୍ମୀଧର ମହାରଣା, ଅଶୋକ କୁମାର ଷେଣ୍ଢ, ଭାଗବତ ପାତ୍ର, ପୁରୀ ଜିଲ୍ଲାର ଶାନ୍ତିଲତା ସାହୁ, ବଳଭଦ୍ର ପଣ୍ଡା, ରାଜ କିଶୋର ପ୍ରଧାନ, ଯାଜପୁର ଜିଲ୍ଲାର ବୈକୁଣ୍ଠ ନନ୍ଦ, କେନ୍ଦୁଝର ଜିଲ୍ଲାର ରଘୁ ପିଲାଇ ଓ ରତ୍ନାକର ବାରିକ ଏବଂ ନୂଆଦିଲ୍ଲୀ ଦୁର୍ଗା ପ୍ରସାଦ ପଟ୍ଟନାୟକ। ରାଜ୍ୟର ସ୍ୱୀକୃତିପ୍ରାପ୍ତ କଳାକାର ଓ ଶିଳ୍ପୀମାନଙ୍କୁ ଚିକିତ୍ସା ନିମନ୍ତେ ଏହି ପାଣ୍ଠିରୁ ଆବଶ୍ୟକସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ।
ଚିକିତ୍ସା ନିମନ୍ତେ କଳାକାରଙ୍କୁ ସଂସ୍କୃତି ବିଭାଗର ଆର୍ଥିକ ସହାୟତା, ୧୯ ଜଣଙ୍କୁ ୮ ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ
/sambad/media/post_attachments/wp-content/uploads/2020/10/culture-department.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)