ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଲଡ଼ିହା ଅଭୟାରଣ୍ୟରେ ବାଘର ସନ୍ଧାନ ମିଳିଛି। ଅଭୟାରଣ୍ୟରେ ଏବେ ବାଘ ଓ ବନ୍ୟପ୍ରାଣୀଙ୍କ ଗଣନା ଚାଲିଥିବାବେଳେ କୁଲଡ଼ିହା ୧ ନମ୍ୱର ବିଟ୍ ହାଉସ୍ର ଫୁଲପୋଖରୀ, ଜଡ଼ାଚୁଆ ବିଟ୍ ହାଉସ୍ର ତେଣ୍ଟାପୋଖରୀ ଓ ସରୁନାଳ ଆଦି ୩ଟି ସ୍ଥାନରେ ବାଘ ପାଦଚିହ୍ନ ଠାବ ହୋଇଥିବା ରେଞ୍ଜର ଅନନ୍ତ ଜେନା ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2021/12/d36ab6d7-2549-4c17-8283-2f39ca577939.jpg)
୨୭୨.୭୫ ବର୍ଗ କିମି ପରିମିତ ଏହି ଅଭୟାରଣ୍ୟରେ ବିଭିନ୍ନ ବନ୍ୟପ୍ରାଣୀ ରହିଥିଲେ ମଧ୍ୟ ଏହା ହାତୀମାନଙ୍କ ପ୍ରାକୃତିକ ଆବାସସ୍ଥଳୀ ଭାବେ ଜଣାଶୁଣା। ଏଠାରେ ଅଧିକ ସଂଖ୍ୟାରେ ହାତୀ ଦେଖା ଯାଇଥାନ୍ତି। କିଛି ବର୍ଷ ପୂର୍ବରୁ ବନ ବିଭାଗ ଟ୍ରାପ୍ କ୍ୟାମେରା ଦ୍ବାରା ଅଭୟାରଣ୍ୟରେ କଲରାପତରିଆ ବାଘ ଥିବା ସ୍ପଷ୍ଟ କରିଥିଲା। ତେବେ ପରବର୍ତ୍ତୀ ସମୟରେ ଆଉ ବାଘର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନଥିଲା। ଗତବର୍ଷ ଜଡ଼ାଚୁଆ ଅଞ୍ଚଳରେ ଏକ ହରିଣକୁ କୌଣସି ଅଜଣା ଜନ୍ତୁ ମାରି ଦେଇଥିବା ବେଳେ ଏହା ମହାବଳ ବାଘ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ବନ ବିଭାଗ ତାର ରହସ୍ୟ ଖୋଜି ପାଇନଥିବା ବେଳେ ପୁଣି ଅଭୟାରଣ୍ୟରେ ବାଘର ପାଦଚିହ୍ନ ଠାବ ଘଟଣା ଅଞ୍ଚଳରେ ଆଲୋଚ୍ୟ ବିଷୟ ହୋଇଛି। ଏ ନେଇ କୁଲଡିହା ରେଞ୍ଜର ଅନନ୍ତ କୁମାର ଜେନା କହିଛନ୍ତି, ପାଦଚିହ୍ନ ଯାଞ୍ଚ ପରେ ଏହା କେଉଁ ପ୍ରଜାତିର ବାଘ ତାହା ସ୍ପଷ୍ଟ ହେବ। ଅନ୍ୟପକ୍ଷରେ କୁଲଡ଼ିହାରେ ବାଘ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/cbbd9c82-aef8-4b5f-b812-e8305cb6124f.jpg)