ଘରୋଇ ବସ୍‌କୁ ୧୩ ଲକ୍ଷ ୫୦ ହଜାର ଟଙ୍କାର ଜରିମାନା, ବସ୍‌କୁ ସିଜ୍ କଲା ପରିବହନ ବିଭାଗ

ବାଲେଶ୍ୱର : ଆଜି ବାଲେଶ୍ୱର ଆର୍‌ଟିଓ ଅଫିସ ପକ୍ଷରୁ ‘ଶ୍ରୀ ଲୋକନାଥ’ ନାମକ ଏହି ଘରୋଇ ବସ୍‌କୁ ୧୩ ଲକ୍ଷ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି। ତା’ଛଡ଼ା ଉକ୍ତ ବସକୁ ମଧ୍ୟ ସିଜ୍‌ କରାଯାଇଛି। ବସ୍‌ର କାଗଜପତ୍ର ଯାଞ୍ଚ କରାଯିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ‘ଶ୍ରୀ ଲୋକନାଥ’ ବସ୍‌ର ମାଲିକଙ୍କ ଉପରେ ଅନ୍ୟ ଦୁଇ ବସ୍‌ର ଟ୍ୟାକ୍ସ ଓ ପେନାଲ୍‌ଟି ବାବଦରେ ୧୩ ଲକ୍ଷ ୫୦ ହଜାର ଟଙ୍କାର ବକେୟା ଥିଲା। ଏହି ବକେୟା ଅର୍ଥ ସେ ପଇଠ କରୁ ନ ଥିବାରୁ ତାଙ୍କର ଅନ୍ୟ ବସ୍‌କୁ ଜବତ କରିବା ଲାଗି ପରିବହନ କମିଶନର ନିର୍ଦେଶ ଦେଇଥିଲେ। ଫଳରେ ବାଲେଶ୍ୱର ଆର୍‌ଟିଓ ଆଜି ଗୋପଙ୍କ ଅନ୍ୟ ବସ୍‌ ‘ଶ୍ରୀ ଲୋକନାଥ’ କଟକରୁ ବାଲେଶ୍ୱର ଆସୁଥିବା ବେଳେ ଅଟକାଇ ତାହାକୁ ସିଜ୍‌ କରିଥିଲେ।

କଟକରୁ ୱାରେଣ୍ଟ ଜାରି ହେବା ପରେ ବସକୁ ସିଜ କରାଯାଇଛି । ବଡ଼ କଥା ହେଉଛି ଏହି ବସର ଦାମ ୧୫ରୁ ୨୮ ଲକ୍ଷ ହୋଇଥିବା ବେଳେ ଏକ ସାଧାରଣ ବସ ଉପରେ ୧୩ ଲକ୍ଷ ୫୦୦ ଟଙ୍କାର ଫାଇନ୍ କରାଯାଇଥିବାରୁ ଘଟଣାର ଗୁରୁତ୍ୱ ବଢ଼ିଯାଇଛି ।

 

ସମ୍ବନ୍ଧିତ ଖବର