କଟକ : ଫାଇନ ଇଣ୍ତିଆ ଚିଟଫଣ୍ଡ ସଂସ୍ଥାର ଅଡ଼ିଟ କରିଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାମ ଶଙ୍କର ତିୱାରୀଙ୍କ ଆଗୁଆ ଜାମିନ ଆବେଦନ ଉପରେ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ଶେଷ ହୋଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ଫାଇନ ଇଣ୍ତିଆ ଠକେଇକୁ ନେଇ ହୋଇଥିବା ଅଭିଯୋଗ ବାଲେଶ୍ବର ଚିଟଫଣ୍ତ ନାମରେ ରାଜ୍ୟରେ ଜଣା। ଏହି ସ˚ସ୍ଥା ଅଢେଇ ଲକ୍ଷରୁ ଅଧିକ ଜମାକରୀଙ୍କ ଶତାଧିକ କୋଟି ଟଙ୍କା ହଡପ କରିବା ନେଇ ଅଭିଯୋଗ ରହିଛି। ସ˚ସ୍ଥାର ମୁଖ୍ୟ ନାସିର ଜମାକାରୀଙ୍କ ଟଙ୍କାରେ ସ୍ୟାଡୋ ଚଳଚ୍ଚିତ୍ର ନିର୍ମାଣ କରିଥିବା ନେଇ ଚର୍ଚ୍ଚା ହୋଇଥିଲା। ନାସିରକୁ କ୍ରାଇମବ୍ରାଞ୍ଚ ୨୦୦୯ରେ ଗିରଫ କରିବା ପରେ ସେ ଜାମିନରେ ଆସିଥିଲେ। ସିବିଆଇ ଏହି ମାମଲାର ତଦନ୍ତ ଭାର ନେବା ନାସିର ଏବେ ଜେଲରେ ଅଛନ୍ତି। ତଦନ୍ତ ସମୟରେ ଫାଇନ୍ସ ଇଣ୍ଡିଆ ସଂସ୍ଥାର ଅଡ଼ିଟ ସଂପର୍କରେ ଖୋଳତାଡ଼ କରିଥିଲା ସିବିଆଇ। ଅଡିଟରେ ତ୍ରୁଟି ରହିଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ସଂସ୍ଥାର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ତିୱାରୀ ଆଗୁଆ ଜାମିନ ଲୋଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଫାଇନ ଇଣ୍ଡିଆ ଠକେଇ : ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଆଗୁଆ ଜାମିନ ଶୁଣାଣି ଶେଷ
/sambad/media/post_attachments/wp-content/uploads/2019/06/court-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)