ଭୁବନେଶ୍ବର: ଡିସେମ୍ବର ପହିଲାରୁ ନୂଆ ଟ୍ରାଫିକ୍ ନିୟମ ନମାନିଲେ ତଣ୍ଡ ଗଣିବେ ଗାଡ଼ି ଚାଳକ। ମଦୁଆ ଗାଡ଼ି ଚାଳକ ମୋଟା ଅଙ୍କର ଜରିମାନା ଗଣିବେ ବୋଲି ସୂୂଚନା ଦେଇଛନ୍ତି ପୁଲିସ ଡିଜି ସତ୍ୟଜିତ ମହାନ୍ତି । ମଦ ପିଇ ଗାଡ଼ି ଚଳାଇଲେ ଆଉ ନିସ୍ତାର ନାହିଁ। ମଦ ପିଇ ଗାଡ଼ି ଚଳାଉଥିବା ଚାଳକମାନେ ଆଉ ପୁଲିସ୍କୁ ଚଖ୍ମା ଦେଇ ଖସିପାରିବେ ନାହିଁ। ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କ ପାଇଁ ନୂଆ ନିୟମ ବେଶ୍ ଭାରୀ ପଡ଼ିବ ବୋଲି ସୂଚନା ରହିଛି।
ପୁଲିସ୍ର ପ୍ରଥମ ଟାର୍ଗେଟରେ ମଦୁଆ ଚାଳକ ରହିବେ ବୋଲି ଡିଜିପି ସ୍ପଷ୍ଟ ସୂଚନା ଦେଇଛନ୍ତି। ଡିସେମ୍ବର ପହିଲାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବାକୁ ଯାଉଛି। ନୂଆ ଟ୍ରାଫିକ୍ ନିୟମ ଲାଗୁ ପରଠାରୁ ୧୬ ପ୍ରତିଶତ ଦୁର୍ଘଟଣା କମିଛି ବୋଲି ଅନ୍ତରୀଣ ଡିଜି ସତ୍ୟଜିତ ମହାନ୍ତି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆ ନିୟମକୁ ମାନନ୍ତୁ ବୋଲି ସେ ଲୋକମାନଙ୍କୁ କହିଛନ୍ତି। ନୂଆ ନିୟମ କିଛି ମାତ୍ରାରେ ଲକ୍ଷ୍ୟ ପୂରା କରିବାରେ ସଫଳ ହୋଇଛି ବୋଲି ସେ ମତ ରଖିଛନ୍ତି।
ନିୟମ ପୂର୍ବରୁ ବି ଥିଲା। ମାତ୍ର ଜରିମାନା ବଢ଼ିବା ପରେ ଲୋକଙ୍କ ଭିତରେ ସଚେତନତା ବୃଦ୍ଧିପାଇଛି। ଦୀର୍ଘ ୩ ମାସ ସମୟ ଦିଆଯିବା ପରେ ବି ଯେଉଁମାନେ ସୁଧୁରି ନାହାନ୍ତି ସେମାନେ ନିଶ୍ଚୟ ଆଇନ୍କୁ ଉଲ୍ଲଂଘନ କରିଛନ୍ତି। ଆଇନ୍ ଉଲ୍ଲଂଘନକାରୀଙ୍କୁ ଆଇନ୍ ଦଣ୍ଡିତ କରିବ ଏଥିରେ ସନ୍ଦେହ ନାହିଁ ବୋଲି ଡିଜିପି କହିଛନ୍ତି।
ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ ଏକ ନୂଆ ନିୟମ କରାଯାଇଛି। ଏହି ନିୟମ ଅନୁସାରେ ପ୍ରତିଦିନ ପ୍ରାୟ ୧୦୦ ଜଣ ଗିରଫ ହେଉଛନ୍ତି।