କଣ୍ଟିଲୋ : ଦୃଢ଼ ଇଚ୍ଛାଶକ୍ତି, ମନୋବଳ ଆଗରେ ହାର୍ ମାନିଛି ଅକ୍ଷମତା। କଥାରେ ଅଛି ଭଗବାନ କାହାଠି କେଉଁ ଗୁଣ ଊଣା କରିଦେଲେ, ଅନ୍ୟ କୌଣସି ବିଶେଷ ଗୁଣ ନିଶ୍ଚୟ ଦେଇଥାନ୍ତି। ହାତ ଦୁଇଟି ହରାଇ ମଧ୍ୟ ନିଜକୁ କେବେ ନ୍ୟୁନ ମଣିନାହାନ୍ତି ସେ। ଜଣେ ଉଚ୍ଚକୋଟୀର କାଠ କାରିଗର ଭାବେ ଅଞ୍ଚଳରେ ପ୍ରତିଷ୍ଠା ଅର୍ଜନ କରିବା ସହ ଅନ୍ୟ ଭିନ୍ନକ୍ଷମଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେ ହେଉଛନ୍ତି ଖଣ୍ତପଡ଼ା ବ୍ଲକ୍ ବଡ଼ବାଣପୁର ଗ୍ରାମ ମହାଦେବ ସାହିର ପ୍ରମୋଦ କୁମାର ଦଳେଇ(୫୫)।
/sambad/media/post_attachments/wp-content/uploads/2019/12/promod-f.jpg) ହାତ ଦୁଇଟି ହରାଇଥିଲେ ମଧ୍ୟ କାରୁକାର୍ଯ୍ୟପୂର୍ଣ୍ଣ ବିଭିନ୍ନ କାଠ ନିର୍ମିତ ଆସବାବ ପତ୍ର ନିର୍ମାଣରେ ସେ ସିଦ୍ଧହସ୍ତ। ତାଙ୍କ ହାତ ନିର୍ମିତ ବିଭିନ୍ନ ଡିଜାଇନ୍ର ଖଟ, ସୋଫା ଓ ଘରକରଣା ଆସବାବପତ୍ର ଯିଏ ଦେଖିଛି ସେ ଆଶ୍ଚର୍ଯ୍ୟ ଚକିତ ହେବା ସହ ପ୍ରଶଂସାରେ ପୋତି ପକାଇଛି। ହାତ ଦ୍ବୟ ହରାଇଥିଲେହେଁ ନିଜର ଜ୍ଞାନ ବୁଦ୍ଧି ପ୍ରୟୋଗ ଦ୍ବାରା ଦୁଇଟି କୃତ୍ରିମ ହାତ ତିଆରି କରି ନିଜେ ଏକ ଫର୍ଣ୍ଣିଚର ୱାର୍କସପ୍ ଚଳାଇଛନ୍ତି। ଏହା ଦ୍ୱାରା ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ପ୍ରମୋଦଙ୍କ ପରିବାର କହିଲେ ୧ ଝିଅ ଓ ୧ ପୁଅଙ୍କୁ ନେଇ ତାଙ୍କ ପରିବାର। ବଡ଼ ଝିଅ ବିଜ୍ଞାନରେ ସ୍ନାତକ ପଢ଼ୁଥିବା ବେଳେ ପୁଅ ଅଷ୍ଟମ ଶ୍ରେଣୀ ଛାତ୍ର। ପ୍ରମୋଦଙ୍କୁ ଯେତେବେଳେ ୩୨ ବର୍ଷ ହୋଇଥିଲା ସେତେବେଳେ ଏକ ଦୁର୍ଘଟଣାରେ ପ୍ରମୋଦଙ୍କୁ ହାତ ଦୁଇଟିକୁ ହରାଇବାକୁ ପଡ଼ିଥିଲା।
ହାତ ଦୁଇଟି ହରାଇଥିଲେ ମଧ୍ୟ କାରୁକାର୍ଯ୍ୟପୂର୍ଣ୍ଣ ବିଭିନ୍ନ କାଠ ନିର୍ମିତ ଆସବାବ ପତ୍ର ନିର୍ମାଣରେ ସେ ସିଦ୍ଧହସ୍ତ। ତାଙ୍କ ହାତ ନିର୍ମିତ ବିଭିନ୍ନ ଡିଜାଇନ୍ର ଖଟ, ସୋଫା ଓ ଘରକରଣା ଆସବାବପତ୍ର ଯିଏ ଦେଖିଛି ସେ ଆଶ୍ଚର୍ଯ୍ୟ ଚକିତ ହେବା ସହ ପ୍ରଶଂସାରେ ପୋତି ପକାଇଛି। ହାତ ଦ୍ବୟ ହରାଇଥିଲେହେଁ ନିଜର ଜ୍ଞାନ ବୁଦ୍ଧି ପ୍ରୟୋଗ ଦ୍ବାରା ଦୁଇଟି କୃତ୍ରିମ ହାତ ତିଆରି କରି ନିଜେ ଏକ ଫର୍ଣ୍ଣିଚର ୱାର୍କସପ୍ ଚଳାଇଛନ୍ତି। ଏହା ଦ୍ୱାରା ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ପ୍ରମୋଦଙ୍କ ପରିବାର କହିଲେ ୧ ଝିଅ ଓ ୧ ପୁଅଙ୍କୁ ନେଇ ତାଙ୍କ ପରିବାର। ବଡ଼ ଝିଅ ବିଜ୍ଞାନରେ ସ୍ନାତକ ପଢ଼ୁଥିବା ବେଳେ ପୁଅ ଅଷ୍ଟମ ଶ୍ରେଣୀ ଛାତ୍ର। ପ୍ରମୋଦଙ୍କୁ ଯେତେବେଳେ ୩୨ ବର୍ଷ ହୋଇଥିଲା ସେତେବେଳେ ଏକ ଦୁର୍ଘଟଣାରେ ପ୍ରମୋଦଙ୍କୁ ହାତ ଦୁଇଟିକୁ ହରାଇବାକୁ ପଡ଼ିଥିଲା।
/sambad/media/post_attachments/wp-content/uploads/2019/12/pramod-kumar-nayagarh2aa.jpg)
ନିଜ ସମ୍ପର୍କୀୟଙ୍କ ବିଭାଘର ପାଇଁ ପ୍ରମୋଦ ବାଣ ନିର୍ମାଣ କରିବା ସମୟରେ କୌଣସି କାରଣରୁ ବିସ୍ଫୋରଣ ଘଟିବାରୁ ସେ ହାତ ଦୁଇଟି ହରାଇଥିଲେ। ଏହି ଦୁର୍ଘଟଣା ଘଟିବା ପରେ ଭାଙ୍ଗି ନ ପଡ଼ି କାହାକୁ ହାତ ନ ପତାଇ ନିଜ ଦୃଢ଼ ସଂକଳ୍ପ, ମନୋବଳ ଓ ଇଚ୍ଛାଶକ୍ତି ବଳରେ ନିଜସ୍ବ ଜ୍ଞାନ କୌଶଳରେ ୨ଟି କୃତ୍ରିମ ହାତ ତିଆରି କରି ନିଜର ସମସ୍ତ କାର୍ଯ୍ୟ କରିଚାଲିଛନ୍ତି। ଏପରିକି ୨ ଚକିଆ ଯାନ ମଧ୍ୟ ଚଳାଇ ପାରୁଛନ୍ତି। ବିଭିନ୍ନ ସମସ୍ୟା ମଧ୍ୟରେ ପରିବାର ପ୍ରତିପୋଷଣ କରୁଥିବା ପ୍ରମୋଦଙ୍କୁ ସେଭଳି ସରକାରୀ ପ୍ରୋତ୍ସାହନ ଏ ପର୍ଯ୍ୟନ୍ତ ମିଳିପାରିନାହିଁ। ଏପରିକି ଆବାସ ଯୋଜନାରେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ଘରଟିଏ ମିଳିପାରିନାହିଁ। ଯଦି ସରକାର ଆର୍ଥିକ ପ୍ରୋତ୍ସାହନ ଦିଅନ୍ତେ ତେବେ ଏକ ବଡ଼ ଫର୍ଣ୍ଣିଚର୍ ଫ୍ୟାକ୍ଟ୍ରି ନିର୍ମାଣ କରିବା ତାଙ୍କର ଲକ୍ଷ୍ୟ ରହିଛି ବୋଲି ସେ କୁହନ୍ତି। ତେବେ ପ୍ରମୋଦ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Wood-Work-Artist-Without-Palm_Thumbnail.jpg)
