ସୁନ୍ଦରଗଡ଼: ରାଜ୍ୟ କ୍ରୀଡ଼ା ଛାତ୍ରାବାସ ପିଲାଙ୍କୁ ନେଇ ଟାଉନ ହାଇସ୍କୁଲ ଆସୁଥିବା ଏକ ଘରୋଇ ବସ୍‌କୁ ୧ ଲକ୍ଷ ୨୨ ହଜାର ଟଙ୍କା ଜରିମାନା କରିଛି ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ବିଭାଗ। ଟାଉନ ହାଇସ୍କୁଲ ନିକଟରେ ଜରିମାନା କଲେ ସୁନ୍ଦରଗଡ଼ ଆରଟିଓ। ଫିଟନେସ୍‌, ପରମିଟ୍ ଓ ବୀମା ନଥିବାରୁ ଜରିମାନା କରାଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ। ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକାରେ ସ୍କୁଲ ବସ୍ ନିୟୋଜିତ କରିବାକୁ ନିର୍ଦ୍ଦେଶ ଥିବାବେଳେ କ୍ରୀଡ଼ା ଛାତ୍ରାବାସ କର୍ତ୍ତୃପକ୍ଷ ତାକୁ ନଜରଅନ୍ଦାଜ କରି ଏକ ଅସୁରକ୍ଷିତ ଯାତ୍ରୀବାହୀ ଘରୋଇ ବସକୁ ଲଗାଇଥିବା ଅଭିଯୋଗ ହୋଇଛି।