ଭୁବନେଶ୍ବର : କୋଭିଡ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସ୍ପେସାଲ ଡ୍ରାଇଭର ପ୍ରଥମ ଦୁଇ ଦିନରେ ଏହାର ଝଲକ ଦେଖିବାକୁ ମିଳିଛି। ଗତ ଦୁଇ ଦିନ ୭ ଓ ୮ ତାରିଖରେ ୨୧ ହଜାର ୨୧ଜଣ ଆଇନ ଉଲ୍ଲଂଘନକାରୀଙ୍କଠାରୁ ଅଧ କୋଟିରୁ ଅଧିକ ଟଙ୍କାର ଜରିମାନା ଆଦାୟ ହୋଇଛି। ଘରୁ ବାହାରିଲେ ମାସ୍କ ପିନ୍ଧିବା ଲାଗି ମୁଖ୍ୟମନ୍ତ୍ରୀ ଆଜି କହିବା ପରେ କୋଭିଡ୍ କାର୍ଯ୍ୟାନୁଷ୍ଠାନ ଆହୁରି ଜୋରଦାର ହେବ ବୋଲି ଜଣାପଡ଼ିଛି।
ଗତକାଲି ରାଜ୍ୟରେ ୧୧ ହଜାର ୮୦୧ ଜଣଙ୍କଠାରୁ ୨୬ ଲକ୍ଷ ୬୧ ହଜାର ୪୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସାମାଜିକ ଦୂରତ୍ବ ଉଲ୍ଲଂଘନ ଅଭିଯୋଗରେ ୧୪୦୫ ଜଣଙ୍କଠାରୁ ୧ ଲକ୍ଷ ୫୬ ହଜାର ୪୫୦ ଟଙ୍କା ଆଦାୟ ହୋଇଛି। ସେହିପରି ମାସ୍କ ପିନ୍ଧି ନଥିବାରୁ ୧୦ ହଜାର ୩୯୬ ଜଣଙ୍କଠାରୁ ୨୫ ଲକ୍ଷ ୦୫ ହଜାର ଟଙ୍କାର ଜରିମାନା ଆଦାୟ କରିଛି ପୁଲିସ୍। ସେହିପରି ସ୍ପେସାଲ ଡ୍ରାଇଭ୍ ଆରମ୍ଭ ଦିନ ଗତ ୭ ତାରିଖରେ ୯୨୨୦ଜଣ ଆଇନ ଉଲ୍ଲଂଘନକାରୀଙ୍କଠାରୁ ୨୫ ଲକ୍ଷ ୭ ହଜାର ୯ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସ୍ପେସାଲ ଡ୍ରାଇଭ ଶେଷ ହେବାକୁ ଆହୁରି ୭ ଦିନ ବାକି ଥିବା ବେଳେ ସାରା ରାଜ୍ୟରେ ୧୩୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ଗତ ୧୦ ଦିନ ଭିତରେ ୨ କୋଟିରୁ ଅଧିକ ଟଙ୍କାର ଜରିମାନା ଆଦାୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/m8.jpg)