କେନ୍ଦ୍ରାପଡ଼ା : ଗ୍ରାହକଙ୍କ ଆକାଉଣ୍ଟ୍ ବିଭକ୍ତୀକରଣରେ ଅବହେଳା କରିଥିବା କାରଣରୁ କେନ୍ଦ୍ରାପଡ଼ା ଅର୍ବାନ୍ ବ୍ୟାଙ୍କ୍ ଉପରେ ୧ଲକ୍ଷ ଟଙ୍କା ଜରିମାନା ଲଗାଇଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ(ଆର୍ବିଆଇ)। ଆର୍ବିଆଇର ମୁଖ୍ୟ ମହାପ୍ରବ˚ଧକ ଏ ସ˚କ୍ରାନ୍ତର ଏକ ଚିଠି ଜାରି କରିବା ସହିତ ନିୟମାନୁଯାୟୀ ୨୦୨୦ମସିହାରୁ ଏହା ହେଇନଥିବା ଦର୍ଶାଇଛନ୍ତି। କେବଳ ସେତିକି ନୁହେଁ, କୋ-ଅପରେଟିଭ୍ ସୋସାଇଟି(କ୍ରେଡିଟ୍)ର ଡେପୁଟି ରେଜିଷ୍ଟ୍ରାର୍ ମଧୢ କେଉଁ ଆଧାରରେ ବ୍ୟାଙ୍କ କର୍ମଚାରୀଙ୍କ ୧୩୨ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯିବ, ତାହା ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି।
ସୂଚନାନୁଯାୟୀ, ୨୦୨୦ ଆର୍ଥିକ କାରବାର ରିପୋର୍ଟରେ ବ୍ୟାଙ୍କ୍ କର୍ତୃପକ୍ଷ ତାର ଗ୍ରାହକଙ୍କୁ ବିଭକ୍ତୀକରଣ କରିନଥିବା କଥା ସାମ୍ନାକୁ ଆସିଥିଲା। ଆର୍ବିଆଇର ନିୟମାନୁଯାୟୀ, ଗ୍ରାହକଙ୍କ ଆକାଉଣ୍ଟ୍କୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯିବ। ଯେଉଁ ଆକାଉଣ୍ଟ୍ରୁ କୋଟି କୋଟି ଟଙ୍କାର ଆର୍ଥିକ କାରବାର ହେଉଥିବ, ତାହାକୁ ହାଇ ରିସ୍କ୍ ବୋଲି ଦର୍ଶାଯିବ। ଅନୁରୂପ ଭାବେ ଏହାଠୁ କମ୍କୁ ମଧୢମ ଏବ˚ ସବୁଠୁ କମ୍କୁ ଲୋ ରିସ୍କ୍ ଆକାଉଣ୍ଟ୍ ବୋଲି ଧରାଯିବ। ନିଜ ଗ୍ରାହକଙ୍କୁ ଜାଣିବା(କେଵାଇସି) ପାଇଁ ଆର୍ବିଆଇ ଏଭଳି ତିନି ଭାଗରେ ଆକାଉଣ୍ଟ୍କୁ ବିଭକ୍ତ କରିବାକୁ ୨୦୨୦ମସିହାରେ ଏକ ଆଇନ କରିଥିଲା। ହେଲେ ଅର୍ବାନ୍ ବ୍ୟାଙ୍କ୍ରେ ଛୋଟବଡ଼ ମିଶାଇ ପାଖାପାଖି ୪୦ହଜାର ଆକାଉଣ୍ଟ୍ ଥିବାବେଳେ ତାହାକୁ ନିୟମାନୁଯାୟୀ ତିନି ଭାଗରେ ବିଭକ୍ତ କରାଯାଇନାହିଁ କିମ୍ବା ନିୟମିତ ବ୍ୟବଧାନରେ ଏହାର ସମୀକ୍ଷା କରାଯାଇନଥିବା ଦର୍ଶାଇ ଆର୍ବିଆଇ ୧ଲକ୍ଷ ଟଙ୍କା ଜରିମାନା ଲଗାଇଛି। ସେହିପରି ବ୍ୟାଙ୍କ୍ ଲାଭରେ ଚାଲିଥିବାରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୯୬ପ୍ରତିଶତ ବୃଦ୍ଧି କରିବାକୁ ଡେପୁଟି ରେଜିଷ୍ଟ୍ରାର୍ଙ୍କୁ ଗତ ଜୁନ୍ ୩୦ତାରିଖରେ କର୍ତୃପକ୍ଷ ଏକ ପ୍ରସ୍ତାବ ଦେଇଥିଲେ। ସେହି ପ୍ରସ୍ତାବ ଉପରେ ଡେପୁଟି ରେଜିଷ୍ଟ୍ରାର୍ ଆଜି ପାଞ୍ଚଟି ପ୍ରସଙ୍ଗରେ ଜବାବ ମାଗିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/kendrapara-urban-co-operative-bank.jpg)