କଟକ : କୋଭିଡ କଟକଣା ଉଲ୍ଲଂଘନ କରି ପ୍ରାୟ ୧ ଲକ୍ଷ ଅମାନିଆ ମାତ୍ର ୧୦ ଦିନରେ ପାଖାପାଖି ୩ କୋଟି ଟଙ୍କା ଜରିମାନା ଗଣି ସାରିଲେଣି। ଗତ ୧୦ ଦିନରେ ୧ଲକ୍ଷ ଏକ ହଜାର ୫୭ଜଣ ଅମାନିଆ ମୋଟ ୨ କୋଟି ୯୮ଲକ୍ଷ ୨୧ ହଜାର ୯୯୦ ଟଙ୍କା ଜରିମାନା ଦେଇ ସାରିଥିବା ଜଣାପଡିଛି। ଦଶମ ଦିନରେ ୯୦୩୨ଜଣଙ୍କଠାରୁ ୨୭ଲକ୍ଷ ୪୦ ହଜାର ୪୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସାମାଜିକ ଦୂରତା ବଜାୟ ରଖି ନଥିବାରୁ ଆଜି ୮୦୪ ଜଣ ବ୍ୟକ୍ତିଙ୍କଠାରୁ ୧ଲକ୍ଷ ୪୨ ହଜାର ୧୫୦ ଟଙ୍କା ଓ ମାସ୍କ ପିନ୍ଧି ନଥିବା କାରଣରୁ ୮୨୨୮ଜଣଙ୍କଠାରୁ ୨୫ଲକ୍ଷ ୯୭ ହଜାର ୮୯୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
୧୦ ଦିନରେ ୧ ଲକ୍ଷ ଅମାନିଆ ଗଣିଲେଣି ୩ କୋଟି ଜରିମାନା
/sambad/media/post_attachments/wp-content/uploads/2021/04/fines-m8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)