କୋଭିଡ ନିୟମ ଉଲଂଘନ, ପୁଲିସ ଆଦାୟ କଲାଣି ୯୦ ଲକ୍ଷ ୬୭ ହଜାର ଟଙ୍କା

କଟକ : କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଶନିବାର ଦିନ ୩୮ ଲକ୍ଷ ୯୮ ହଜାର ୨୫୦ ଟଙ୍କା ଜରିମାନା ଆଦାୟ ହୋଇଛି। ନିୟମ ଭାଙ୍ଗି ୧୨ ହଜାର ୧୪୫ ଜଣ ଏହି ଜରିମାନା ଦେଇଛନ୍ତି। ଓଡ଼ିଶା ପୁଲିସ ପକ୍ଷରୁ ୩ ଦିନ ଧରି ଚାଲିଥିବା ଏହି ସ୍ବତନ୍ତ୍ର ଅଭିଯାନରେ ଆଜି ସୁଦ୍ଧା ୩୩ ହଜାର ୩୪୬ ଜଣ ନିୟମ ଖିଲାପୀଙ୍କଠାରୁ ୯୦ ଲକ୍ଷ ୬୭ ହଜାର ୬୦୦ ଟଙ୍କା ଆଦାୟ ହୋଇ ସାରିଲାଣି। ଆଜି ତୃତୀୟ ଦିନରେ ସାମାଜିକ ଦୂରତା ବଜାୟ ରଖି ନଥିବା ୧୪୩୮ଜଣ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୯୩ ହଜାର ୯୫୦ ଟଙ୍କା ଆଦାୟ କରାଯାଇଥିବା ବେଳେ ସର୍ବସାଧାରଣ ସ୍ଥାନ‌ରେ ମୁହଁରେ ମାସ୍କ ପିନ୍ଧି ନ ଥିବା କାରଣରୁ ୧୦ ହଜାର ୭୦୭ ଜଣଙ୍କ ଠାରୁ ୩୭ ଲକ୍ଷ ୪ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଗାମୀ ଦିନରେ ମଧ୍ୟ କୋଭିଡ କଟକଣାକୁ ଜୋରଦାର କରାଯିବ ବୋଲି ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର