ରେଭେନସାର ୧୪୫ ଛାତ୍ରୀଙ୍କୁ ଜରିମାନା

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଦାବିକରି ଗତ ୧ ତାରିଖରେ କର୍ତ୍ତୃପକ୍ଷଙ୍କୁ ଅଟକ ରଖିଥିବା ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୨୦ରୁ ଅଧିକ ବିଭିନ୍ନ ଛାତ୍ରୀ ହଷ୍ଟେଲର ଅନ୍ତେବାସୀଙ୍କୁ ନିୟମ ଭାଙ୍ଗି ଥିବାରୁ ୫୦୦ ଟଙ୍କା ଲେଖାଁଏ ଜରିମାନା କରାଯାଇଛି। ପୂର୍ବରୁ ୧୦ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ବିରୋଧରେ ମାଲଗୋଦାମ ଥାନାରେ ଏତଲା ଦିଆଯାଇଛି।

ରେଭେନ୍ସାରେ ‌ପରୋକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିକରି ଗତ ୧ ତାରିଖରେ କର୍ତ୍ତୃପକ୍ଷଙ୍କୁ ୧୪ଘଣ୍ଟା ଘେରାଉ କରି ରଖିଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠନ ନିଆଯାଇଛି। ଏନେଇ ପରିଜା ଛାତ୍ରୀବାସର ୪ଜଣ, ଦୟାର ୬ଜଣ, ଦେବୀର ୪୩, କାଠଯୋଡିର ୧୭, ମହାନଦୀର ୪୦ ଓ ଭାର୍ଗବୀର ୩୫ଜଣ ଅ‌େନ୍ତବାସୀଙ୍କୁ ଗତ ୩ ତାରିଖରେ କାରଣଦର୍ଶାଅ ନୋଟିସ୍ ଦିଆଯାଇଥିଲା। ଆଜି ହଷ୍ଟେଲ ପକ୍ଷରୁ ଉକ୍ତ ଛାତ୍ରୀଙ୍କୁ ୫୦୦ ଟଙ୍କା ଲେଖାଁଏ ଜରିମାନା କରାଯାଇଛି। ଗତ ୧ ତାରିଖ ରାତିରେ ହଷ୍ଟେଲ ନିୟମ ଭାଙ୍ଗି ରାତି ୯ଟା ପରେ ହଷ୍ଟେଲକୁ ଫେରିଥିବାରୁ ଛାତ୍ରୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠନ ନିଆଯାଇଛି। ହଷ୍ଟେଲ ପକ୍ଷରୁ ୫୦୦ ଟଙ୍କା ଜରିମାନା କରାଯାଇଥିବା ବେଳେ ବିଶ୍ବବିଦ୍ୟାଳୟ ପକ୍ଷରୁ ଆଗାମୀ ଦିନରେ ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅନ୍ୟପଟେ ଗତ ୩ ତାରିଖରୁ ପତ୍ୟକ୍ଷ ନିର୍ବାଚନ ଦାବିକରିବା ସହ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା କାରଣଦର୍ଶାଅ ନୋଟିସ୍‌କୁ ବିରୋଧକରି ଧାରଣାରେ ବସିଥିବା ଛାତ୍ରଛାତ୍ରୀ ଆସନ୍ତାକାଲି ଏକ ସମାବେଶ ଡାକିଛନ୍ତି। ଦୁଇବର୍ଷ ଧରି ରେଭେନ୍ସା କର୍ତ୍ତୃପକ୍ଷ ବିନା କାରଣରେ ‌ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିବା ବେଳେ ଏହା ଉପରେ ସଭାରେ ଅଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଦାରଣ କରାଯିବ ବୋଲି ଛାତଛାତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର