ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ରେଢ଼ାଖୋଲ ରାସ୍ତା ଡୁଙ୍ଗୁରିଛକ ପାଖରେ ବୁଧବାର ମଧ୍ୟାହ୍ନରେ ଏକ ହାଇଵା (ନଂ. ଓଡି-୩୧ବି-୪୧୨୧)ରେ ବେଆଇନ ମୋରମ ଚାଲାଣ ହେଉଥିବା ବେଳେ ଖବର ପାଇ ବୀରମହାରାଜପୁର ତହସିଲଦାର ବିବୁଧ ଗଣନାୟକ ଏହାକୁ ଅଟକାଇ ଥିଲେ। ଏହାପରେ ଯାଞ୍ଚ କରିବାରୁ ଡ୍ରାଇଭର କୌଣସି ବୈଧ କାଗଜପତ୍ର ଦେଇପାରି ନ ଥିଲା। ଫଳରେ ବେଆଇନ ମୋରମ ଚାଲାଣ ଅଭିଯୋଗରେ ତହସିଲଦାର ଶ୍ରୀ ଗଣନାୟକ ସମ୍ପୃକ୍ତ ହାଇଵା ମାଲିକଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ତହସିଲଦାରଙ୍କ ଚଢ଼ଉ ପରେ ବାଲି ମାଫିଆଙ୍କ ମନରେ ଛନକା ସୃଷ୍ଟି ହୋଇଛି।