‘ଏକେ-୪୭’ ଗୁଳିରେ ଉଡ଼ିଲା ଆଙ୍ଗୁଳି

ପିଟିସି ଫାୟରିଂ ରେଞ୍ଜ୍‌: ବଂଧୁକ ଅଭ୍ୟାସ ବେଳେ ଅଘଟଣ

ଅନୁଗୁଳ : ଅନୁଗୁଳ ପୁଲିସ ଟ୍ରେନିଂ କଲେଜ(ପିଟିସି)ର ବାର୍ଷିକ ବଂଧୁକ ଚାଳନା ଅଭ୍ୟାସ ବେଳେ ଅଘଟଣ। ‘ଏକେ-୪୭’ ବଂଧୁକ ଗୁଳିରେ ହାବିଲଦାରଙ୍କ ହାତ ଆଙ୍ଗୁଳି ଉଡ଼ିଗଲା। ଅନୁଗୁଳ ବ୍ଲକ୍‌ ଶରଧାପୁର ସ୍ଥିତ ପିଟିସି ଫାୟାର ରେଞ୍ଜ୍‌ ପଡ଼ିଆରେ ଆଜି ଦିନ ପ୍ରାୟ ୧୨ଟା ବେଳେ ଏ ପ୍ରକାର ଅଭାବନୀୟ ଘଟଣା ଘଟିଛି। ବଂଧୁକ ଗୁଳିରୁ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ହାବିଲ୍‌ଦାର ଜଣକ ହେଉଛନ୍ତି ସର୍ବେଶ୍ୱର ପ୍ରଧାନ(୫୫)। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଅନୁଗୁଳ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦେଇଛନ୍ତି।

ଅନ୍ୟପକ୍ଷରେ ସହକାରୀ କମାଣ୍ଡାଣ୍ଟ୍‌ ଚିତ୍ତରଂଜନ ମାଝୀ କହିଛନ୍ତି ଯେ, ସର୍ବେଶ୍ୱରଙ୍କ ଅଭିଜ୍ଞତା ଥିବା ଦୃଷ୍ଟିରୁ ତାଙ୍କୁ ବଂଧୁକ ଦେଖିନେବା ପାଇଁ କୁହାଯାଇଥିଲା। ସେ ଦେଖୁଥିବା ବେଳେ ଗୁଳି ଫୁଟିଯାଇଥିଲା।

ସମ୍ବନ୍ଧିତ ଖବର