କାଳିଆପାଣି: କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ରଙ୍ଗମାଟିଆ ମାଂସ ଦୋକାନ ପାଖରୁ ଆଜି ଦିନ ଦିପହରେ ଏକ ବାଇକ୍(ଓଡି-୦୪ସି-୬୧୮୦) ଲୁଟ୍ ହୋଇଥିଲା। ରାସ୍ତାରେ ବର୍ଷା ଆସିବାରୁ ସ୍ଥାନୀୟ ଧବାହାଳି ଗାଁର ରଞ୍ଜିତ ମହାନ୍ତ ଏଠାରେ ବାଇକ୍ ରଖି ଏକ ବୋଲେରୋ ଗାଡ଼ିରେ କାଳିଆପାଣି ଆସିଥିଲେ। କିଛି ସମୟ ପରେ ଫେରି ବାଇକ୍ ନଥିବା ଦେଖିଥିଲେ। ଥାନାକୁ ଯାଇ ଅଭିଯୋଗ କରିଥିଲେ। ତେବେ ପୁଲିସ ଓ ରଞ୍ଜିତ ସଦଳବଳ ଶନିବାର ହାଟ ପଡ଼ିଆରେ ଖୋଜାଖୋଜି କରିବା ପରେ ବାଇକ୍ ଠାବ କରାଯାଇଥିଲା।
ଏଥିରେ ତେଲ ନଥିବା ଜଣାପଡ଼ିଥିଲା। ସୂଚନା ଯୋଗ୍ୟ ଯେ, ଗତମାସ ୪ ତାରିଖ ଶନିବାର ସମାନ ଢଙ୍ଗରେ କାଳିଆପାଣି ଏସ୍ବିଆଇ ଏଟିଏମ୍ ଛକରୁ ବିଜିଆର୍ କର୍ମଚାରୀ ସିଙ୍ଗରାଇ ମୁଣ୍ଡାଙ୍କ ବାଇକ୍(ଓଡି-୦୬ଇ-୮୮୪୯) ଲୁଟ୍ ହୋଇଥିଲା। ହାଟ ପଡ଼ିଆ ପାଖ ବୁଦୁବୁଦୁକିଆ ସ୍ଥାନରେ ବାଇକ୍ ଠାବ ହୋଇଥିଲା। ତେଲ ନଥିବାରୁ ସେଦିନ ବାଇକ୍ ମିଳିଥିଲା।।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/5-22.jpg)