ଭୁବନେଶ୍ବର : ବି.ଟେକ୍‌, ଏଲ୍‌ଇ-ଟେକ୍‌(ଡିପ୍ଲୋମା), ଏଲ୍‌ଇ-ଟେକ୍‌(ବି.ଏସ୍‌ସି), ଏମ୍‌ବିଏ, ଏମ୍‌ସିଏ, ବି.ଫାର୍ମା, ଏମ୍‌. ଫାର୍ମା ପରି ପାଠ୍ୟକ୍ରମରେ ନାମଲେଖା ଲାଗି ଚାଲିଥିବା ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇଇ ଆଜି ଶେଷ ହୋଇଛି। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହୋଇଥିବା ଏହି ପରୀକ୍ଷାର ପ୍ରଥମ ଦିନ ଏମ୍‌ବିଏରେ ୭୬.୫% ଉପସ୍ଥାନ ଥିବା ବେଳେ ଏଲ୍‌ଇ-ଟେକ୍‌(ଡିପ୍ଲୋମା)ରେ ୮୧.୫%, ଦ୍ବିତୀୟ ଦିନ ୩ଟି ସିଫ୍ଟରେ ବି.ଟେକ୍‌ରେ ୭୫.୭% ଓ ଆଜି ଶେଷ ଦିନରେ ୮୦.୫% ପରୀକ୍ଷାର୍ଥୀ ଭାଗ ନେଇଛନ୍ତି। ରାଜ୍ୟର ୨୮ଟି ସହରରେ ୩୮ଟି ପରୀକ୍ଷା କେନ୍ଦ୍ର ସମେତ କୋଲକାତା, ରାଞ୍ଚି ଓ ପାଟଣାରେ ହୋଇଥିବା କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ସରିଛି। ଚଳିତ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।