କଟକ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଦୁର୍ବବ୍ୟବହାର ଅଭିଯୋଗ ଆଣିଛନ୍ତି ମହିଳା । ଅନୁଭବଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିବା ପରେ ଥାନାରେ ମାମଲା ରୁଜୁ ହୋଇଛି । ମହିଳାଙ୍କ ଏତଲା ଆଧାରରେ କଟକ ପୁରୀଘାଟ ଥାନାରେ ପୁଲିସ ମାମଲା ରୁଜୁ କରିଛି।
ଏତଲା ଅନୁଯାୟୀ ସମ୍ପୃକ୍ତ ମହିଳାଙ୍କୁ ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି ହଇରାଣ କରୁଥିଲେ । ବାଟରେ ଯିବା ବେଳେ ତାଙ୍କୁ କମେଣ୍ଟ ମାରିବା ସହ ହଇରାଣ କରୁଥିଲେ । ତେବେ ଘଟଣା ସମ୍ପର୍କରେ ଜଣାଇବାକୁ ଅନୁଭବଙ୍କ ଘରକୁ ଯାଇଥିଲେ ମହିଳା । ମାତ୍ର ସେଠାରେ ଅନୁଭବ ମହିଳାଙ୍କୁ ଗାଳିଗୁଲଜ କରିଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି।
ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି।