ଗୋଳନ୍ଥରା : ଚିକିଟି ବ୍ଲକ ଗୋଳନ୍ଥରା ଥାନା ଆରୁ୍ଆ ସୋନପୁର ଗ୍ରାମର ଜୀବନ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଚିକିଟି ନିର୍ବାଚନମଣ୍ଡଳୀ ବିଜେପି ପ୍ରାର୍ଥୀ ମନୋରଂଜନ ଦ୍ୟାନସାମନ୍ତରା ଓ ତାଙ୍କର ଜଣେ ସମର୍ଥକ ମାଉଜର୍ ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଜୀବନଙ୍କ ଏତଲା କ୍ରମେ ଗୋଳନ୍ଥରା ଥାନାରେ କେସ ନମ୍ବର ୧୨୧/୧୯ ରେ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁସାରେ, ଜୀବନ ଗତ ଶନିବାର ରାତି ୯ଟାରେ ଘରକୁ ଫେରୁଥିବା ବେଳେ ଝାଟିପଦର ଜଳସେଚନ କେନାଲ ରାସ୍ତାରେ ମନୋରଂଜନ ଓ ତାଙ୍କର ଅନ୍ୟ ତିନି ଜଣ ସହଯୋଗୀ ତାଙ୍କୁ ଅଟକାଇ ଥିଲେ। ନିର୍ବାଚନ ସମୟରେ କାହିଁକି ସହଯୋଗ କଲ ନାହିଁ ବୋଲି ଧମକ ଦେବା ସହ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ଏହା ପରେ ଜୀବନ ଗୋଳନ୍ଥରା ଥାନାରେ ଏତଲା ଦେଇଛନ୍ତି।
ଏନେଇ ବିଜେପି ବିଧାୟକ ପ୍ରାର୍ଥୀ ମନୋରଂଜନଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ଘଟଣା ଦିନ ସେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଗସ୍ତରେ ଥିଲେ। ରାଜନୈତିକି ଅଭିସନ୍ଧି ରଖି ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଛି। ଯାହାକି ସଂପୂର୍ଣ୍ଣ ଭିତ୍ତିହୀନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/bjp-e.jpeg)