ଝାରସୁଗୁଡା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟରତ ଲଳିତ ସାହୁ(୨୨)ଙ୍କ ଆତ୍ମହତ୍ୟାକୁ ନେଇ ବିଜେପି ନେତାମାନେ ରାଜନୀତି କରୁଥିବା ନେଇ ଲଳିତଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ଏଥିରେ ଦର୍ଶାଇଛନ୍ତି ଯେ ବିଜେପି ନେତା ଟଙ୍କଧର ତ୍ରିପାଠୀ, ତ୍ରିନାଥ ଗୁଆଲ, ଅଞ୍ଜଳି ବେହେରା ଏବଂ ଅନ୍ୟ ବିଜେପି ନେତାମାନେ ତାଙ୍କୁ ଗଭୀର ମାନସିକ ଚାପ ଦେଉଛନ୍ତି। ଏଭଳି ମାନସିକ ଚାପ ଫଳରେ ପରିବାରର କେହି ସଦସ୍ୟ ଆତ୍ମହତ୍ୟା କଲେ ଏହି ନେତାମାନେ ଦାୟୀ ରହିବେ ବୋଲି ଏତଲାରେ ଦର୍ଶାଇଛନ୍ତି ମୃତ ଲଳିତଙ୍କ ବାପା ବେଲାର୍ସେନ ସାହୁ। ପୁଅ କୌଣସି କର୍ମ ସଂସ୍ଥାନ ପାଉନଥିବାବେଳେ ସୌଭାଗ୍ୟରୁ ମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ଅବାଟରେ ଯାଇ ମାନସିକ ଚାପରେ ରହୁଥିଲେ ଓ ଶେଷରେ ଆତ୍ମହତ୍ୟା କରିଦେଲେ ବୋଲି ଏତଲାରେ ଲେଖାଯାଇଛି। ତେଣୁ ଏକ ଆତ୍ମହତ୍ୟାକୁ ବିଜେପି ନେତାମାନେ ବାରମ୍ବାର ଆତ୍ମହତ୍ୟା ନୁହେଁ ବୋଲି ପ୍ରଚାର କରୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଝାରସୁଗୁଡା ଟାଉନଥାନାରେ ଲିଖିତ ଅଭିଯୋଗ କରିବା ସହ ଥାନା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ବେଲାର୍ସେନ ସାହୁ ।
ସୂଚନାଯୋଗ୍ୟ, ଗତ ୧୭ ତାରିଖ ରାତିରେ ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ନେତା ନବ ଦାସଙ୍କ ଘର ରୋଷେୟା ଆତ୍ମହତ୍ୟା କରିଥିଲେ। ପୁଲିସ ତରବରିଆ ଭାବେ ମଧ୍ୟରାତ୍ରିରେ ଶବ ବ୍ୟବଚ୍ଛେଦ କରିଥିଲା। ଇତିମଧ୍ୟରେ ୩ ଦିନ ଅତିକ୍ରାନ୍ତ ହୋଇଗଲାଣି। ପୁଲିସ ତଦନ୍ତ କିନ୍ତୁ ଆଗକୁ ବଢ଼ିପାରୁନାହିଁ। ତଦନ୍ତ ଚାଲିଥିବାର ଆଳ ଦେଖାଇ ଘଟଣା ସଂକ୍ରାନ୍ତରେ ପୁଲିସ କିଛି କହୁ ନାହିଁ। ଏପଟେ କିଛି ଦିନ ତଳେ କେହି ଜଣେ ଲଳିତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭ ଲକ୍ଷ ଟଙ୍କା ଜମା କରିଥିଲେ। ଉକ୍ତ ଟଙ୍କାରୁ ଲଳିତ କିଛି ଅର୍ଥ ଖର୍ଚ୍ଚ କରିଦେଇଥିଲେ। ଆଉ ଏହାକୁ ନେଇ ସେ ଚାପରେ ଥିବା କହାଯାଉଛି। ସମ୍ଭବତଃ ଚାପରେ ଥିବା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇପାରିଥା’ନ୍ତି ବୋଲି କେତେକ କହୁଥିବା ବେଳେ ତାଙ୍କୁ ଏହି ଟଙ୍କାକୁ ନେଇ ହତ୍ୟା କରାଯାଇଥାଇପାରେ ବୋଲି ମଧ୍ୟ ସହରରେ ଚର୍ଚ୍ଚା ଚାଲିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us