ଧର୍ମଶାଳା : ଧର୍ମଶାଳା ବ୍ଲକ୍‌ ମିର୍ଜାପୁର ପଞ୍ଚାୟତ ଅରଙ୍ଗାବାଦ ଗ୍ରାମର ଦେବଦତ୍ତ ପଣ୍ତାଙ୍କ ଘରେ ଗୁରୁବାର ମଧ୍ୟାହ୍ଣରେ କେତେକ ବିଦ୍ୟୁତ୍ କର୍ମଚାରୀ ହଠାତ୍ ପଶିଯାଇ ତନଖି କରିଥିଲେ। ଏହି ସମୟରେ ଘରେ ମହିଳାମାନେ ରୋଷେଇ କାମରେ ବ୍ୟସ୍ତ ଥିଲେ। ବିନା ଅନୁମତିରେ ଅଚିହ୍ନା ଲୋକ ଘରେ ପଶିଯିବାରୁ କାହିଁକି ଏବଂ କାହା ଅନୁମତିରେ ଘରେ ଏତେଲୋକ ପଶିଛ ବୋଲି ମହିଳାମାନେ ପଚାରିଥିଲେ। କର୍ମଚାରୀମାନେ ଘରର ଫଟୋ ଉଠାଇବା ସହିତ ହିଟର କେଉଁଠି ଅଛି ବୋଲି ପଚାରିଥିଲେ। ସଂପୃକ୍ତ କର୍ମଚାରୀଙ୍କ ଏପରି ଆଚରଣକୁ ମହିଳାମାନେ ବିରୋଧ କରିଥିଲେ।

Advertisment

ଖବରପାଇ ଗ୍ରାମର କିଛିଲୋକ ପହଞ୍ଚିଯିବାରୁ ସଂପୃକ୍ତ କର୍ମଚାରୀମାନେ ଘଟଣାସ୍ଥଳ ଛାଡ଼ି ଚାଲି ଯାଇଥିଲେ। ଜଣେ ମହିଳା କର୍ମଚାରୀଙ୍କ ସହିତ ୫ଜଣ କର୍ମଚାରୀ ଏକ ଘରୋଇ ବୋଲେରୋ ଗାଡ଼ିରେ ଆସିଥିବା ବେଳେ ସେମାନେ କୁଣ୍ତପାଟଣା ବିଦ୍ୟୁତ୍ ସେକସନ୍‌ ସ୍କ୍ବାଡ୍‌ ବୋଲି ଜଣାପଡ଼ିଥିଲା। ଶ୍ରୀ ପଣ୍ତା ସଂପୃକ୍ତ ଅଜଣା କର୍ମଚାରୀଙ୍କ ବିରୋଧରେ ଧର୍ମଶାଳା ଥାନାରେ ଏତଲା ଦେଇଛନ୍ତି।