ହେତୁବାଦୀ, ପଠାଣିସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକଙ୍କ ନାମରେ ଥାନାରେ ଏତଲା

ଭୁବନେଶ୍ବର/ଖଲ୍ଲିକୋଟ: ହେତୁବାଦୀ ଏବଂ ପଠାଣିସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକଙ୍କ ନାମରେ ଖଲ୍ଲିକୋଟ ଥାନାରେ ଏତଲା ହୋଇଛି। ଗଞ୍ଜାମ ଜିଲ୍ଲା କେଶପୁର ନିବାସୀ ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ଆଚାର୍ଯ୍ୟ ଆଜି ଖଲ୍ଲିକୋଟ ଥାନାରେ ଏହି ଏତଲା ଦେଇଛନ୍ତି । ଆଜି ସକାଳ ୯ଟା ୪୫ ଠାରୁ ୧୦ଟା ୨୪ ମିନିଟ ସମୟ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଏକ ବିଷୟ ଉପରେ ଆଲୋଚନା ଚକ୍ରରେ ଭାଗ ନେଇଥିଲେ ହେତୁବାଦୀ ପ୍ରତାପ ରଥ, ସତ୍ୟରଞ୍ଜନ ପାଢୀ ଏବଂ ପଠାଣିସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ। ସେମାନେ ହିନ୍ଦୁ, ସନାତନ ଧର୍ମକୁ ନେଇ ମନ୍ତବ୍ଯ ଦେଇଥିଲେ, ତାହାକୁ ଘୋର ନିନ୍ଦା କରିବା ସହ ୩ଜଣଙ୍କ ନାମରେ ଖଲ୍ଲିକୋଟ ଥାନାରେ ଏତଲା ଦେଇଛନ୍ତି ହାଇକୋର୍ଟର ବରିଷ୍ଠ ଆଇନୀଜୀବୀ। ଥାନାରେ ଏତଲା ମାମଲା ରୁଜୁ ହୋଇଥିବା ନେଇ ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର