ସମ୍ବଲପୁର: ସମ୍ବଲପୁର ଟାଉନ୍‌ ଥାନାରେ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ପକ୍ଷରୁ ହେତୁବାଦୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରାଯାଇଛି। ବ୍ରାହ୍ମଣ ସମାଜ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଅଭିଯୋଗ ଦିଆଯାଇଛି। ହେତୁବାଦୀ ସଂଗଠନର ସଦସ୍ୟ ପ୍ରତାପ ରଥ ଓ ଦେବେନ୍ଦ୍ର ସୂତାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

Advertisment

ସୂଚନାଯୋଗ୍ୟ, ସୂର୍ଯ୍ୟପରାଗ ଦିନ ପାରମ୍ପରିକ ନୀତିକୁ ବିରୋଧ କରି ହେତୁବାଦୀ ସଂଗଠନ ପକ୍ଷରୁ ଚିକେନ୍ ବିରିୟାନି ଖାଇବା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ହିନ୍ଦୁ ପରମ୍ପରା ମୁତାବକ ସୂର୍ଯ୍ୟପରାଗ ସମୟରେ ଦେବନୀତି ନିଷିଦ୍ଧ ଓ ହାଣ୍ଡିଛାଡ୍ କରାଯାଇଥିଲା। ତେବେ ବିଜ୍ଞାନ ଅନୁଯାୟୀ ଏହାର ଆବଶ୍ୟକତା ନ ଥିବା ଦର୍ଶାଇ ହେତୁବାଦୀମାନେ ବିଭିନ୍ନ ମତ ଉପସ୍ଥାପନ କରିବା ସହ ଚିକେନ୍ ବିରିୟାନି ବାଣ୍ଟି ଥିଲେ। ଯାହାକୁ ନେଇ ବିବାଦର ଉଠିଥିଲା। ମହାସଭା ପକ୍ଷରୁ ଚନ୍ଦ୍ରକାନ୍ତ ପାଣିଗ୍ରାହୀ ଲିଖିତ ଅଭିଯୋଗ କରିଛନ୍ତି।